କୁକୁରକୁ ରାମ ରାମ କହିବାର ଟ୍ରେନିଂ ଦେଉଛନ୍ତି ବିଜେପି ବିଧାୟକ, ଭାଇରାଲ ହେଉଛି ଭିଡିଓ - ବିଧାୟକ ଜ୍ଞାନ ତିଓ୍ବାରୀଙ୍କ ଭିଡିଓ ଭାଇରାଲ

🎬 Watch Now: Feature Video

thumbnail

By

Published : Feb 2, 2023, 12:17 PM IST

Updated : Feb 3, 2023, 8:39 PM IST

ଲକ୍ଷ୍ନୌ: କୁକୁର ଶିଖୁଛି ରାମ ରାମ କହିବା । ଆଉ ଟ୍ରେନିଂ ଦେଉଛନ୍ତି ବିଜେପି ବିଧାୟକ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଉତ୍ତରପ୍ରଦେଶର । ଭିଡିଓରେ ବିଜେପି ବିଧାୟକ ଜ୍ଞାନ ତିଓ୍ବାରୀ ତାଙ୍କ କୁକୁରକୁ ରାମ ରାମ କହିବାକୁ ଶିଖାଉଥିବା ଦେଖିବାକୁ ମିଳିଛି । ଯାହା ଏବେ ବେଶ ଭାଇରାଲ ହେଉଛି । 

ଦେଶରେ ରାମ-ରାମଙ୍କ କ୍ରେଜ ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ଅଧିକାଂଶ ଲୋକ ନମସ୍କାର କହିବା ବଦଳରେ ରାମ-ରାମ କହିବାକୁ ପସନ୍ଦ କରିବା ଆରମ୍ଭ କରିଛନ୍ତି । ଏପରି ସ୍ଥିତିରେ ପଶୁମାନେ ମଧ୍ୟ ଏଥିରୁ ବାଦ ପଡି ନାହାଁନ୍ତି । ଏହା ବିଜେପି ବିଧାୟକ ଜ୍ଞାନ ତିଓ୍ବାରୀଙ୍କ ଭାଇରାଲ ହୋଇଥିବା ପୋଷ୍ଟରୁ ଜଣାପଡିଛି ।  

ତେବେ ସେହି ଭାଇରାଲ ଭିଡିଓରେ ଅନ୍ୟ ଲୋକଙ୍କ ଭଳି କୁକୁରକୁ ବି ରାମ ରାମ କହିବାକୁ ଶିକ୍ଷା ଦିଆଯାଉଛି । ଏହି ଶିକ୍ଷା ସୀତାପୁର ଜିଲ୍ଲାର ସେଉତା ବିଧାନସଭା ସିଟର ବିଜେପି ବିଧାୟକ ଜ୍ଞାନ ତିଓ୍ବାରୀ ନିଜ ଘରେ ପୋଷିଥିବା ଏକ କୁକୁରକୁ ଶିଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ତାଙ୍କ ଦ୍ବାରା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ବେଳେ ଏହା ଚର୍ଚ୍ଚାର ବିଷୟ ପାଲଟିଛି  ।

ଭାଇରାଲ ଭିଡିଓରେ ବିଜେପି ବିଧାୟକ ଘର ଭିତରେ କୁକୁରକୁ ରାମ ରାମ କହିବାର ଟ୍ରେନିଂ ଦେଉଛନ୍ତି । ଏନେଇ ବିଧାୟକ ଭିଡିଓ ବନାଇ ଫେସବୁକରେ ପୋଷ୍ଟ କରିଥିଲେ । ହୁଏତ ଏହି ଭିଡିଓରେ ବିଜେପି ବିଧାୟକ କୁକୁରକୁ ରାମ ରାମ ଶିଖଉଥିବା ବେଳେ କୁକୁର ଭୁକୁଛି । ହେଲେ ବିଧାୟକଙ୍କର ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏନେଇ ଜିଲ୍ଲାରେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି  । ବର୍ତ୍ତମାନ ଲୋକମାନଙ୍କ ଛଡା ପଶୁମାନେ ବି ରାମ ରାମ କହୁଥିବାର ଆଗକୁ ଶୁଣିବାକୁ ମିଳିବ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.