ଅନୁଗୋଳରେ ବିଜେପିର ବ୍ଲକ ଘେରାଉ, ଦୁର୍ନୀତି ବିରୋଧରେ ପ୍ରତିବାଦ - BJP protest in front of Block Office
🎬 Watch Now: Feature Video
Published : Nov 17, 2023, 6:01 PM IST
ଅନୁଗୋଳ: ବିଭିନ୍ନ ବ୍ଲକରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ବିଜେପି ପକ୍ଷରୁ ସାରା ରାଜ୍ୟରେ ଜନ ଆକ୍ରୋଶ ରାଲି ଏବଂ ବ୍ଲକ କାର୍ଯ୍ୟାଳୟ ଘେରାଉ ଚାଲୁ ରହିଛି । ବ୍ଲକ ସ୍ତରରେ ହେଉଛି ଦୁର୍ନୀତି ଏବଂ କେନ୍ଦ୍ରୀୟ ଯୋଜନାର ହେଉଛି ବାଟମାରଣା । ଯାହାର ପ୍ରତିବାଦରେ ରାଜ୍ୟ ବ୍ୟାପୀ କରାଯାଇଛି ବ୍ଲକ ଘେରାଉ ଅଭିଯାନ । ଆଜି ଅନୁଗୋଳ ଜିଲାର ତିନିଟି ବ୍ଲକ ଘେରାଉ କରିଛନ୍ତି ବିଜେପି କର୍ମୀ । ଏହି ପ୍ରରିପ୍ରେକ୍ଷୀରେ ଆଜି ଅନୁଗୋଳ ଜିଲ୍ଲାର ଅନୁଗୋଳ, କଣିହାଁ ଓ ଛେଣ୍ଡିପଦା ବ୍ଲକରେ ଜନ ଆକ୍ରୋଶ ରାଲି ଏବଂ ବ୍ଲକ ଘେରାଉ କରା ଯାଇଥିଲା । ଅନୁଗୋଳରେ ପ୍ରତାପ ପ୍ରଧାନ, ଛେଣ୍ଡିପଡ଼ାରେ ଅଗସ୍ତି ବେହେରା ଏବଂ କଣିହାଁରେ ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିଜେପି କର୍ମୀ ରାଲି କରିଥିଲେ।
ଏହା ମଧ୍ୟ ପଢନ୍ତୁ .... ଦୁର୍ନୀତି ବିରୋଧରେ ବିଜେପିର ରଣ ହୁଙ୍କାର, ସରକାରଙ୍କ ଉପରେ ବର୍ଷିଲେ କୁସୁମ ଟେଟେ
ଏହାପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକ ଗୁଡିକରେ ବିଭିନ୍ନ ଭତ୍ତା ଠାରୁ ଆରମ୍ଭ କରି ପିଏମ୍ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସମସ୍ତ ସରକାରୀ ଯୋଜନାରେ ବ୍ୟାପକ ଘୋଟାଲା ଚାଲିଛି ବୋଲି ଦଳ ଅଭିଯୋଗ କରିଛି । ବ୍ଲକ ସ୍ତରର ଅଧିକାରୀମାନେ ପିସି ନେଇ କାମ କରୁଛନ୍ତି । ଶାସକ ଦଳକୁ ସମର୍ଥନ କରି ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ ହେଉଛି । ତେଣୁ ଏ ସବୁକୁ ବିଜେପି ବିରୋଧ କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି । ଆଗାମୀ ଦିନରେ ଏଭଳି ଆହୁରି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଦଳୀୟ ନେତା ମାନେ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ଅନୁଗୋଳ