କିଶୋର ନଗରରେ ଗର୍ଜିଲା ବିଜେପି, ବ୍ଲକ ଅଫିସ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ
🎬 Watch Now: Feature Video
Published : Nov 25, 2023, 10:15 AM IST
ଅନୁଗୋଳ: ରାଜ୍ୟରେ ବିଭିନ୍ନ ବ୍ଲକରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ବିଜେପି ପକ୍ଷରୁ ସାରା ରାଜ୍ୟରେ ଜନ ଆକ୍ରୋଶ ଆନ୍ଦୋଳନ ଏବଂ ବ୍ଲକ କାର୍ଯ୍ୟାଳୟ ଘେରାଉ ଜାରି ରହିଛି । ଏହି ପ୍ରରିପ୍ରେକ୍ଷୀରେ ଶୁକ୍ରବାର ଅନୁଗୁଳ ଜିଲ୍ଲାର କିଶୋର ନଗର ବ୍ଲକରେ ଜନ ଆକ୍ରୋଶ ରାଲି ସହିତ ବ୍ଲକ ଘେରାଉ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଓ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଦୁର୍ନୀତି ପ୍ରତିବାଦରେ ଅନୁଗୋଳର ୩ଟି ବ୍ଲକ ଘେରାଉ କଲା ବିଜେପି
ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ରାଲି କରିଥିଲେ ବିଜେପି କର୍ମୀ । ଏହାପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକ ଗୁଡିକରେ ଭତ୍ତା ଠାରୁ ନେଇ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସମସ୍ତ ସରକାରୀ ଯୋଜନାରେ ବ୍ୟାପକ ଘୋଟାଲା ଚାଲିଛି । ଅଧିକାରୀମାନେ ପିସି ନେଇ କାମ କରୁଛନ୍ତି । ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ ହେଉଛି । ତେଣୁ ଏସବୁକୁ ବିଜେପି ବିରୋଧ କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି । ଆଗାମୀ ଦିନରେ ଏଭଳି ଆହୁରି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ଅନୁଗୋଳ