ଦୁର୍ନୀତି ବିରୋଧରେ ଧନକଉଡ଼ା ବ୍ଲକ ଘେରିଲା ବିଜେପି
🎬 Watch Now: Feature Video
ସମ୍ବଲପୁର: ଧନକଉଡ଼ା ବ୍ଲକ ଘେରାଉ କଲା ସମ୍ବଲପୁର ଜିଲ୍ଲା ବିଜେପି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ହେଉଥିବାକୁ ଦୁର୍ନୀତିକୁ ବିରୋଧ କରି ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ନେତୃତ୍ୱରେ ଶୁକ୍ରବାର ବିଜେପି ପକ୍ଷରୁ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l
ରେଙ୍ଗାଲି ବିଧାୟକ ନାଉରୀ ନାଏକ କହିଛନ୍ତି, "2014 ମସିହାରୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଓଡିଶାକୁ ବିଭିନ୍ନ ଯୋଜନାରେ 18 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଉଛି । ଆଉ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ବିଭିନ୍ନ ଯୋଜନାରେ 1ଲକ୍ଷ କୋଟି ଟଙ୍କାର ଦୁର୍ନୀତି କରୁଛନ୍ତି । RI ଅଫିସ, ବ୍ଲକ ଅଫିସ ଓ ତହସିଲ ଅଫିସ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସରେ ଦୁର୍ନୀତି ହେଉଛି ।"
ଏହା ବି ପଢନ୍ତୁ: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି, ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ଶୌଚାଳୟ ନିର୍ମାଣରେ ବ୍ୟାପକ ଦୁର୍ନୀତି ହେଉଛି । ଜଳ ଜୀବନ ମିଶନ ପାଇଁ ବ୍ୟାପକ କେନ୍ଦ୍ରୀୟ ଅନୁଦାନ ଆସୁଥିବାବେଳେ ଏହି ସବୁ କାର୍ଯ୍ୟ ରାଜ୍ୟ ବାହାରର ଠିକାଦାର କରୁଛନ୍ତି ଓ ଏହାର ପିସି ତୃତୀୟ ମହଲାକୁ ଯାଉଛି ।" ଆଗକୁ ଏହିଭଳି ଦୁର୍ନୀତି ଜାରି ରହିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି l
ଇଟିଭି ଭାରତ, ସମ୍ବଲପୁର