ପଞ୍ଚାୟତ ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥିନୀଙ୍କ ବାଜିମାତ୍ - ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ
🎬 Watch Now: Feature Video
କେନ୍ଦ୍ରାପଡା: ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥିନୀଙ୍କ ବାଜିମାତ୍ । ଗତ ବୁଧବାର ଦିନ ପଟ୍ଟାମୁଣ୍ଡାଇ ଓ ମାର୍ଶାଘାଇ ବ୍ଲକର ଦୁଇଟି ପଞ୍ଚାୟତରେ ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନରେ ମତଦାନ କରାଯାଇଥିଲା । ଯାହାର ଫଳାଫଳ ଗତକାଲି ବିଳମ୍ବିତ ସମୟରେ ଘୋଷଣା କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ଥିବା ଦିହୁଡିପୁର ପଞ୍ଚାୟତର 11ଟି ୱାର୍ଡର ଗଣତି ପରେ ବିଜେଡି ସମର୍ଥିତ ପ୍ରାର୍ଥିନୀ ପ୍ରମିଳା ଖଟୁଆ 213 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ପ୍ରମିଳା ଖଟୁଆ 1110 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ କଂଗ୍ରେସ ସମର୍ଥିତ ପ୍ରାର୍ଥିନୀ ଝରଣା ପ୍ରଧାନ 897 ଖଣ୍ଡ ଭୋଟ ପାଇଥିଲେ । ସେହିପରି ଅନ୍ୟପଟେ ଜିଲ୍ଲାର ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତରେ ସମିତି ସଭ୍ୟ ଗୀତା ପ୍ରଧାନଙ୍କ ଅକାଳ ବିୟୋଗ ପରେ ଏହି ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ପଦବୀଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଏହି ଉପନିର୍ବାଚନରେ ନମିତା ପ୍ରଧାନ ଏବଂ ସାବିତ୍ରୀ ପ୍ରଧାନ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ନମିତା ପ୍ରଧାନ ୭୬୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ତେବେ ନମିତା ପ୍ରଧାନ ୧୫୩୨ ଖଣ୍ଡ ଭୋଟ ପାଇଥିବା ବେଳେ ସାବିତ୍ରୀ ପ୍ରଧାନ ୭୭୨ ଖଣ୍ଡ ପାଇଥିଲେ । ନମିତାଙ୍କ ବିଜୟ ପରେ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଏହା ମଧ୍ୟ ପଡନ୍ତୁ- 2024 Election: ବିଜେପି-ବିଜେଡି ବିଧାୟକ ମୁହାଁମୁହିଁ, କିଏ ସମୁଦ୍ର ଓ କିଏ ନଦୀ ?
ଇଟିଭି ଭାରତ,କେନ୍ଦ୍ରାପଡା