ମୃତକଙ୍କ ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ଦୀପଦାନ - ବାହାନଗା ଭୟଙ୍କର ଟ୍ରେନ ଟ୍ରାଜେଡି

🎬 Watch Now: Feature Video

thumbnail

By

Published : Jun 5, 2023, 11:06 PM IST

ପୁରୀ: ବାଲେଶ୍ଵର ବାହାନଗା ଠାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ମୃତକଙ୍କ ଆତ୍ମାର ସଦଗତି ପାଇଁ ଦୀପ ଦାନ । ଏହି ଭୟାବହ ଦୁର୍ଘଟଣାରେ ଆନେକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ । ତେବେ ଆହତ ମୃତକଙ୍କ ପରିବାରକୁ ଶ୍ରଦ୍ଧାଞ୍ଜଳି ଦେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ଦାନ କରାଯାଇଛି । ପୁରୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏହି ଦୀପ ଦାନ ଶ୍ରୀମନ୍ଦିର ସିଂହ ଦ୍ଵାର ସମ୍ମୁଖରେ କରାଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ଉପ ସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ଏହି ଦୀପ ଦାନ କାର୍ଯକ୍ରମ ଅନୁଷ୍ଠିତ ହେଇଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଶୀଘ୍ର ସୁସ୍ଥତା କାମନା କରି ଏହି ଦୀପ ଦାନ ମଧ୍ୟ କରାଯାଇଥିଲା । ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେଡି ନେତା, କର୍ମୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.