ଭୁବନେଶ୍ୱର ଇସ୍କନ ବାହୁଡା ଯାତ୍ରା

By

Published : Jun 28, 2023, 10:23 PM IST

thumbnail

ଭୁବନେଶ୍ୱର: ଭୁବନେଶ୍ୱର ଇସ୍କନ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ବାହୁଡାଯାତ୍ରା ସମ୍ପନ୍ନ ହୋଇଛି ।ପବିତ୍ର ବାହୁଡାଯାତ୍ରାରେ ଳୀଳାକ୍ଷେତ୍ରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ରତ୍ନବେଦୀକୁ ଫେରୁଥିବା ବେଳେ ମହାପ୍ରଭୁଙ୍କ ବାହୁଡାଯାତ୍ରାକୁ ନେଇ ସବୁଠି ଉତ୍ସବମୁଖର ।

ଏହି କ୍ରମରେ ଆଜି ରାଜଧାନୀର ଇସ୍କନ ମନ୍ଦିରରେ ଜଗନାଥଙ୍କର ବାହୁଡାଯାତ୍ରା ସମ୍ପନ୍ନ ହୋଇଛି । ୟୁନିଟ ୮ ମାଉସୀ ମା’ ମନ୍ଦିରରୁ ତିନି ରଥ ବାହାରି ଭକ୍ତଙ୍କ ମେଳରେ ଇସ୍କନରେ ପହଞ୍ଚିଛନ୍ତି । ଭକ୍ତମାନେ ତିନିରଥକୁ ଭଜନ ନାମ ସଂକୀର୍ତନର ତାଳେ ତାଳେ ଟାଣି ଟାଣି ଆଣିଥିଲେ । ତିନି ରଥର ଘରବାହୁଡାକୁ ନେଇ ରାଜଧାନୀର ରାଜରାସ୍ତ ଲୋକାରଣ୍ୟ ହୋଇଥିଲା । 

ଭାବର ଠାକୁରଙ୍କୁ ଟିକେ ଦର୍ଶନ ପାଇଁ ଭକ୍ତମାନେ ଘରୁ ବାହାରି ଜାତୀୟ ରାଜପଥରେ ଭିଡ ଜମାଇଥିଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ଦୌଡ଼ି ଟାଣି ବେଶ ଖୁସି ହୋଇ ଫେରିଛନ୍ତି ଶ୍ରଦ୍ଧାଳୁ । ରାଜଧାନୀରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଦେବସ୍ମିତା ରାଉତ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.