thumbnail

By

Published : Mar 7, 2023, 10:03 PM IST

ETV Bharat / Videos

Bhasm Holi: ଅବିର ନୁହେଁ, ପାଉଁଶରେ ହୋଲି ଖେଳିଲେ ଶ୍ରଦ୍ଧାଳୁ

ଡେରାଡୁନ: ସାରା ଦେଶରେ ଲୋକେ ଅବିରରେ ହୋଲି ଖେଳିଥାନ୍ତି, କିନ୍ତୁ ଏଠାରେ ପାଉଁଶରେ ହୋଲି ଖେଳନ୍ତି ଶ୍ରଦ୍ଧାଳୁ । ଉତ୍ତରାଖଣ୍ଡର କାଶୀ ବିଶ୍ବନାଥ ମନ୍ଦିରରେ ଏପରି ହୋଲି ଉତ୍ସବ ଅନୁଷ୍ଠିତ ହୁଏ । ଗତ ୧୦ ବର୍ଷ ଧରି ମନ୍ଦିରରେ ଏପରି ହୋଲି ଖେଳନ୍ତି ଶ୍ରଦ୍ଧାଳୁ । ମନ୍ଦିରରେ ହେଉଥିବା ଯଜ୍ଞର ପାଉଁଶକୁ ନେଇ ସ୍ଥାନୀୟ ବାସିନ୍ଦା ପରସ୍ପରକୁ ପାଉଁଶ ଲଗାଇ ହୋଲି ପର୍ବର ଶୁଭେଚ୍ଛା ଜଣାଇଥାନ୍ତି । ଚଳିତ ବର୍ଷ ମଧ୍ୟ ଏହିପରି ଭାବରେ ଏଠାରେ ହୋଲି ଉତ୍ସବ ପାଳିଛନ୍ତି ସ୍ଥାନୀୟ ଲୋକେ ।  

ହୋଲି ଖେଳିବା ଲାଗି ଅନେକ ଶ୍ରଦ୍ଧାଳୁ କାଶୀ ବିଶ୍ବନାଥ ମନ୍ଦିରରେ ଏକତ୍ରିତ ହୋଇଥିଲେ । ମନ୍ଦିରରେ ପୂଜାର୍ଚ୍ଚନା ପରେ ସମସ୍ତେ ହୋଲି ଖେଳିଥିଲେ । ଏହାସହିତ ଢୋଲ ବାଜା ତାଳେ ତାଳେ ନୃତ୍ୟ କରିଥିଲେ ଶ୍ରଦ୍ଧାଳୁ । କାଶୀ ବିଶ୍ବନାଥ ମନ୍ଦିରର ପୂଜକ ଅଜୟ ପୁରୀ ଏ ନେଇ କହିଛନ୍ତି ଯେ ଭସ୍ମ ହୋଲି ପ୍ରାକୃତିକ ହୋଲିକୁ ପ୍ରୋତ୍ସାହିତ କରିଥାଏ । ବର୍ତ୍ତମାନ ହୋଲି ପାଇଁ ବଜାରରେ ବିକ୍ରି ହେଉଥିବା ରଙ୍ଗରେ ରାସାୟନକି ପଦାର୍ଥ ମିଶାଯାଉଛି । ଯାହାକି ଉଭୟ ଲୋକ ଓ ପରିବେଶ ପାଇଁ ହାନିକାରକ । ମାତ୍ର ପାଉଁଶ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ପଦାର୍ଥ । ସ୍ଥାନୀୟ ବାସିନ୍ଦା ଅବିର ଅପେକ୍ଷା ପାଉଁଶରେ ହୋଲି ଖେଳିବାକୁ ବେଶ ପସନ୍ଦ କରିଥାନ୍ତି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.