ରାଜସ୍ଥାନ ମୁଖ୍ୟମନ୍ତ୍ରୀ; ମିଡିଆ ଦୌଡରେ ଥିଲା ମୁଁ ନଥିଲି: ବାବା ବାଳକନାଥ

By ETV Bharat Odisha Team

Published : Dec 12, 2023, 6:59 PM IST

thumbnail

ଜୟପୁର: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୋଜନ ଲାଲ ଶର୍ମା । ଜୟପୁରରେ ବସିଥିବା ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଭୋଜନ ଲାଲ ଶର୍ମା ସର୍ବସମ୍ମତିକ୍ରମେ ହୋଇଛନ୍ତି ବିଧାୟକ ଦଳ ନେତା । ଏନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଘୋଷଣା କରିଛନ୍ତି । ଭୋଜନ ଲାଲ ଶର୍ମାଙ୍କୁ ସହଯୋଗ ପାଇଁ ଦୁଇ ଜଣ  ଦୀୟା କୁମାରୀ  ଓ ପ୍ରେମଚନ୍ଦ୍ର ବେରୱା ହେବେ ଉପମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଭୋଜନ ଲାଲଙ୍କ ନା ଘୋଷଣା କରିଥିଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପାଇଁ ଭୋଜନ ଲାଲ ଶର୍ମାଙ୍କ ନା ଘୋଷଣା ହେବା ମାତ୍ରେ ମୁଁହ ଖୋଲିଛନ୍ତି ଚର୍ଚ୍ଚାରେ ଥିବା ମହନ୍ତ ବାବା ବାଳକନାଥ । ବାବା ବାଳକନାଥ କହିଛନ୍ତି ରାଜସ୍ଥାନର ବିକାଶ ଭିନ୍ନ ଢଙ୍ଗରେ ହେବ । ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ ପୁରା ରାଜ୍ୟର ବିକାଶ କରାଯିବ। ସେହିପରି ବାବା ବାଳକନାଥ କହିଛନ୍ତି ସେ କେବେ ବି ମୁଖ୍ୟମନ୍ତ୍ରୀ ଦୌଡରେ ନଥିଲେ । ମିଡିଆ ଦୌଡୁଥିଲା । ବିଜେପିରେ କୌଣସି ବିବାଦ ନାହିଁ । ସମସ୍ତଙ୍କ ସହମତିରେ ଭୋଜନ ଲାଲା ଶର୍ମାଙ୍କୁ ଦାୟିତ୍ବ ଦିଆଯାଇଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.