thumbnail

By ETV Bharat Odisha Team

Published : Nov 1, 2023, 2:10 PM IST

ETV Bharat / Videos

ଭି କେ ପାଣ୍ଡିଆନଙ୍କ ସ୍ଵେଚ୍ଛାକୃତ ଅବସର ପ୍ରସଙ୍ଗ: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ସ୍ଵେଚ୍ଛାକୃତ ଅବସର ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ସ୍ଵଚ୍ଛାକୃତ ଅବସର ନେବା ଏବଂ ତାଙ୍କୁ ନାଟକୀୟ ଢଙ୍ଗରେ 5T ଏବଂ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ପ୍ରସଙ୍ଗ କୁ ନେଇ ଏହି ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଏହାମଧ୍ୟ ପଢନ୍ତୁ..ପାଣ୍ଡିଆନଙ୍କ ଇସ୍ତଫା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ନାଟକ: ଜିଲ୍ଲା କଂଗ୍ରେସ

ବିଶେଷ କରି ଭି କେ ପଣ୍ଡିଆନ ଅଧ୍ୟକ୍ଷ ପଦ ପାଇବା ପରେ ସେ ଉଭୟ ବିଜେଡ଼ି ଏବଂ ବିଜେପି ପାଇଁ ଏଜେଣ୍ଟ ସାଜିବା ସହ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ 4 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ତାହା ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ମସୁଧା ବୋଲି କଂଗ୍ରେସ ଅଭିଯୋଗ କରିଛି । ତେବେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଏବଂ ବିଜେପି ପୁର୍ନବାର ମିଳିତ ଭାବରେ ନିର୍ବାଚନ ଲଢିବା ପାଇଁ ଏକ ଗୁପ୍ତ ବୁଝାବଣା ହୋଇଛି ବୋଲି କହିଛି କଂଗ୍ରେସ । ଏଥିପାଇଁ ପାଣ୍ଡିଆନଙ୍କୁ ରାଜନୈତିକ ଏଜେଣ୍ଟ ଭାବେ ଅବତୀର୍ଣ୍ଣ କରାଯାଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.