ମାନବଶୃଙ୍ଖଳରେ ଭାରତ ମାନଚିତ୍ର ତିଆରି କଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ - ମାନବଶୃଙ୍ଖଳରେ ଭାରତ ମାନଚିତ୍ର
🎬 Watch Now: Feature Video
ବ୍ରହ୍ମପୁର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ସାରା ଦେଶ ଉତ୍ସବ ମୁଖର । ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ କାଶ୍ମୀର ଠାରୁ କନ୍ୟାକୁମାରୀ ସବୁଠୁ ଉଡୁଛି ତ୍ରିରଙ୍ଗ ପତାକା । ଏହି କ୍ରମରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ମାନବଶୃଙ୍ଖଳରେ ଭାରତ ମାନଚିତ୍ର ତିଆରି କରି ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛି । ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମରେ ବିଦ୍ୟାର୍ଥୀଙ୍କ ସମେତ ବିଶ୍ବବିଦ୍ୟାଳୟର ପ୍ରଫେସର ଓ କର୍ମଚାରୀମାନେ କୁଳପତିଙ୍କ ଉପସ୍ଥିତିରେ ମାନବଶୃଙ୍ଖଳରେ ଭାରତର ମାନଚିତ୍ର ପ୍ରଦର୍ଶିତ କରାଯାଇଛି । ବିଶ୍ବବିଦ୍ୟାଳୟର ଜାତୀୟ ସେବା ସଂସ୍ଥା (ଏନଏସଏସ୍) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜର ଯବାନମାନଙ୍କ ବ୍ୟାଣ୍ଡ ମଧ୍ୟ ସାମିଲ ହୋଇଛି । ପ୍ରଥମେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ବିଶ୍ବବିଦ୍ୟାଳୟ ପରିସରରେ ପତକା ଉତ୍ତୋଳନ କରିବା ପରେ ତ୍ରିରଙ୍ଗା ଶୋଭାଯାତ୍ରାରେ ପରିକ୍ରମା କରିଥିଲେ । ଏହାପରେ ସ୍ଥାନୀୟ ଅଡିଟୋରିୟମ୍ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଏବଂ କୁଳପତିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:26 PM IST
TAGGED:
ମାନବଶୃଙ୍ଖଳରେ ଭାରତ ମାନଚିତ୍ର