ଚନ୍ଦ୍ରକୁ ଛୁଇଁବାକୁ ପ୍ରସ୍ତୁତ ଚନ୍ଦ୍ରଯାନ ୩: ସ୍ୟାଣ୍ଡ ଆନିମେସନ ଜରିଆରେ ଶୁଭେଚ୍ଛା

By

Published : Jul 14, 2023, 9:12 AM IST

thumbnail

ବ୍ରହ୍ମପୁର: ଚନ୍ଦ୍ରକୁ ଛୁଇଁବା ପାଇଁ ସରିଯାଇଛି ପ୍ରସ୍ତୁତି । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା କରିବ । ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେବ ଚନ୍ଦ୍ରଯାନ-୩ । ଇସ୍ରୋ ଇତିହାସ ରଚିବାକୁ ପ୍ରସ୍ତୁତ ହୋଇସାରିଛି । ଇସ୍ରୋର ଏହି ତୃତୀୟ ମୁନ ମିଶନ ସଫଳ ହେଲେ ଭାରତ ଚନ୍ଦ୍ରରେ ପହଞ୍ଚିବାରେ ପୃଥିବୀର ଚତୁର୍ଥ ଦେଶ ହେବାକୁ ଯାଉଥିବାରୁ ଏଥିପାଇଁ ସ୍ୟାଣ୍ଡ ଆନିମେସନ ଜରିଆରେ ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ଯୁବ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା । ସେ ଚନ୍ଦ୍ରଯାନ-୩ର ଏକ ଆକର୍ଷଣୀୟ ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Chandrayaan 3: ଜହ୍ନକୁ ଯିବ ଚନ୍ଦ୍ରଯାନ, ସଫଳତା ପାଇଁ ବାଲୁକାକଳା

ସମୟ ଯେତିକି ପାଖେଇ ଆସୁଛି ଦେଶବାସୀଙ୍କ ମନରେ ସେତିକି ଉତ୍କଣ୍ଠା ବଢିବାରେ ଲାଗିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପକ୍ଷରୁ ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ ଉତକ୍ଷେପଣ ହେବାକୁ ଯାଉଛି । ଏହି ମିଶନର ସଫଳତା କାମନା କରି ଦେଶବାସୀ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଥିବା ବେଳେ ବ୍ରହ୍ମପୁରର ଯୁବ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିଜର କଳାକୃତି ମାଧ୍ୟମରେ ଏହି ମିଶନରେ କାର୍ଯ୍ୟ କରୁଥିବା ସମସ୍ତ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.