ମଧ୍ୟ ପ୍ରଦେଶରେ କଂଗ୍ରେସ କାର୍ଯ୍ୟାଳୟ ଭାଙ୍ଗିଲେ ବଜରଙ୍ଗ ଦଳ କର୍ମୀ - କଂଗ୍ରେସ କାର୍ଯ୍ୟାଳୟ ଭାଙ୍ଗିଲେ ବଜରଙ୍ଗ ଦଳ

🎬 Watch Now: Feature Video

thumbnail

By

Published : May 4, 2023, 4:36 PM IST

ଭୋପାଲ: କର୍ଣ୍ଣାଟକ ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ବଜରଙ୍ଗ ଦଳକୁ ନିଷେଧ କରିବା ନେଇ ଘୋଷଣା କରିବା ପରେ ରାଜନୀତି ଉଷ୍ମ ହେବାରେ ଲାଗିଛି । ବିଜେପି ଶାସିତ ମଧ୍ୟ ପ୍ରଦେଶରେ ବଜରଙ୍ଗ ଦଳର ସଦସ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି । ଆଜି ଜବଲପୁର ଜିଲ୍ଲା କଂଗ୍ରେସ କାର୍ଯାଳୟରେ ବଜରଙ୍ଗ ଦଳର ସଦସ୍ୟମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ହାତରେ ବଜରଙ୍ଗ ଦଳର ବ୍ୟାନର ଓ ପତାକା ଧରି ଶତାଧିକ ସଂଖ୍ୟାରେ ସଦସ୍ୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ବନ୍ଦ ଥିବା କାର୍ଯ୍ୟାଳୟର ତାଲା ଓ ଗ୍ରୀଲ ଭାଙ୍ଗି ସେମାନେ ଭିତରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ସେହି ସମୟରେ କାର୍ଯ୍ୟାଳୟରେ କୌଣସି କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ନଥିଲେ । କିଛି ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । 

ସୂଚନା ଅନୁସାରେ, କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିଥିବା ନିର୍ବାଚନୀ ଇସ୍ତାହରରେ ବଜରଙ୍ଗ ଦଳକୁ ବ୍ୟାନ ଘୋଷିତ ହୋଇଥିବା ଇସଲାମିକ୍‌ ମୌଳବାଦୀ ସଂଗଠନ ପିଏଫଆଇ ସହ ତୂଳନା କରିବା ସହ ଦଳ କ୍ଷମତାକୁ ଆସିଲେ ଏହାକୁ ମଧ୍ୟ ବ୍ୟାନ କରାଯିବା ନେଇ ଉଲ୍ଲେଖ କରିଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା କଂଗ୍ରେସର ଏହି ଇସ୍ତାହରକୁ ତୀବ୍ର ସମାଲୋଚନା କରିଥିଲେ । ଏବେ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ମଧ୍ୟ ବିଭିନ୍ନ ସ୍ଥାନରେ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇବା ଆରମ୍ଭ କଲେଣି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.