ରୋଜଗାର ଦେଇଛି ଚାଷ, ବିଭିନ୍ନ ପ୍ରକାର ପନିପରିବା ଚାଷ କରି ସ୍ବାବଲମ୍ବୀ ଶୁକଦେବ

By ETV Bharat Odisha Team

Published : Sep 2, 2023, 8:52 AM IST

thumbnail

ବାଲେଶ୍ଵର: ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତ ରାମବିନ୍ଧା ଗ୍ରାମର ଶୁକଦେବ ଶିଅଳ । ନିଜର ଦୁଇ ଏକର ଜମିରେ ଚାଷ କରି ବେଶ ସଫଳତା ପାଇ ପାରିଛନ୍ତି ସେ । ଶୁକଦେଵ ନିଜର ୧ ଏକର ଜମିରେ ଧାନ ଚାଷ କରିବା ସହ ଅବଶିଷ୍ଟ ଜମିରେ ପୋଖରୀ ଓ ବିଭିନ୍ନ କିସମର ଫଳ ଏବଂ ପନିପରିବା ଚାଷ କରନ୍ତି । ଭେଣ୍ଡି, କଲରା, ଖମ୍ବଆଳୁ, ବୋଇତାଳୁ, ବାଇଗଣ, ଜହ୍ନି, ବିଭିନ୍ନ ଶାଗ ଓ ବିଭିନ୍ନ ଫଳ ମଧ୍ୟ ଯଥା ଆମ୍ବ, ପଣସ, ଅଁଳା, କରମଙ୍ଗା, ପିଜୁଳି ଇତ୍ୟାଦି ଲଗାଯାଇଛି । ଏଭଳି ଚାଷ ପାଇଁ ସ୍ଥାନୀୟ ଅଞ୍ଚଳରେ ସେ ଏକ ନୂତନ ପରିଚୟ ସୃଷ୍ଟି କରି ପାରିଛନ୍ତି । 

ଅଦ୍ୟମ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ତାଙ୍କୁ ଏକ ନୂତନ ରାସ୍ତା ଦେଖାଇଛି । ଯାହାକି ସେ ବର୍ଷକ ବାରମାସ ରୋଜଗାରର ମାଧ୍ୟମ ପାଇ ପାରିଛନ୍ତି । ଖାଲି ସେତିକି ନୁହେଁ ନିଜ ଚାଷ ଜମିରେ କିଛି ଲୋକଙ୍କୁ ନିୟୋଜିତ କରି ସେମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ପାରିଛନ୍ତି ।ଏହାରି ଭିତରେ ସେ ସ୍ବଚ୍ଛଳ ଭାବେ ପରିବାର ଚଳାଇବା ସହ ଚାଷ କାର୍ଯ୍ୟକୁ ଆହୁରି ଆଗକୁ ନେବାପାଇଁ ମନସ୍ଥ କରିଛନ୍ତି  । ସେ କହିଛନ୍ତି ବର୍ଷକ 'ବାର ମାସ ପନି ପରିବା ଫଳମୂଳ ଚାଷ କରି ବେଶ ଦୁଇ ପଇସା କମାଇ ପାରୁଛନ୍ତି । କୌଣସି ଚାକିରି କିମ୍ବା ବ୍ୟବସାୟ ନୁହେଁ ବରଂ ଚାଷ କାମରୁ ହିଁ ସେ ସ୍ବାବଲମ୍ବୀ ହେବା ସହ ପରିବାର ବେଶ ହସ ଖୁସିରେ ଚଳାଇ ପାରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଛୁଇଁପାରିନି ବାର୍ଦ୍ଧକ୍ୟ, 90ବୟସରେ ବି ଚାଷ କାମରେ ଧୁରନ୍ଦର; ‘କାମ କଲେ ହାଲିଆ ଲାଗେନି କି ରୋଗ ମାଡ଼େ ନାହିଁ’

ଇଚିଭି ଭାରତ,ବାଲେଶ୍ଵର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.