Indian Idol: ଶୋ'ରେ ଓଡ଼ିଆ ଯୁବକଙ୍କ କମାଲ, ଥିଏଟର ସ୍ତରକୁ ହେଲେ ଉତ୍ତୀର୍ଣ୍ଣ

🎬 Watch Now: Feature Video

thumbnail

ବଲାଙ୍ଗୀର: ଜିଲ୍ଲାର ଯୁବକ ଅଜୟ ଅମର ସିଂହଦେଓ ଜାତୀୟ ସ୍ତରରେ ଦେଖାଇଲେ କମାଲ । ଏକ ଘରୋଇ ଚ୍ୟାନେଲର ସଂଗୀତ ପ୍ରତିଯୋଗିତାରେ ଭାଗ ନେଇ ନିଜ ପ୍ରତିଭାର ଜିଣିଲେ ସମସ୍ତଙ୍କ ମନ । ଆଗକୁ ପ୍ରତିଯୋଗୀତା ବାକିଥିବା ବେଲେ ତାଙ୍କ ଭଲ ପ୍ରଦର୍ଶନକୁ ନେଇ ସମସ୍ତେ ଆଶାବାଦୀ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଏହି ଯୁବକଙ୍କ ପ୍ରତିଭା ଛୋଟ ଦିନରୁ ପ୍ରସ୍ଫୁଟିତ ହୋଇଥିଲା । ନିଜ ସଂଗୀତଜ୍ଞ ବାପାଙ୍କୁ ଗୁରୁ କରି ଏହି ଯୁବକ ସଂଗୀତରେ ପାରଙ୍ଗମ ହୋଇଛନ୍ତି । ତେବେ ତାଙ୍କର ପ୍ରତିଭା ଯୋଗୁଁ ସେ ଅଳ୍ପ ବୟସରେ ଅନେକ ପୁରସ୍କାର ସମ୍ମାନର ଅଧିକାରୀ ହୋଇଛନ୍ତି । ଏହି ଯୁବକ ଜଣକ ହେଉଛନ୍ତି ତେଲି ଘୋଟପଡା ନିବାସୀ ସଙ୍ଗୀତ ଗୁରୁ ଦିଲ୍ଲୀପ ସିଂହଦେଓଙ୍କ ପୁଅ ଅଜୟ ଅମର ସିଂହଦେଓ ।  

ଏହା ବି ପଢନ୍ତୁ-  ଇଣ୍ଡିଆନ ଆଇଡଲ ମଞ୍ଚରେ ଚମିକିଲେ ଓଡ଼ିଆ ଡାକ୍ତର,ବୃତ୍ତିର ଆଢୁଆଳରେ ବାଣ୍ଟୁଛି ସଂଗୀତର ସଞ୍ଜୀବନୀ

ସେ ଏହି କାର୍ଯ୍ୟକ୍ରମର ସବୁ ପ୍ରାଥମିକ ସ୍ଥରରେ ଲକ୍ଷାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଥିଏଟର ସ୍ତରକୁ ଉନ୍ନିତ ହୋଇଛନ୍ତି । ସାମାଜିକ ଗଣ ମାଧ୍ୟମରେ ମଧ୍ୟ ତାଙ୍କୁ ନେଇ ଏବେ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଅଜୟ ପିଲାଟି ଦିନରୁ ସଂଗୀତ ଶିକ୍ଷା ଗ୍ରହଣ କରିଆସୁଛନ୍ତି । ସେ ବଲାଙ୍ଗୀରରେ ସ୍କୁଲ ଓ କଲେଜ ଶିକ୍ଷା ପରେ ସେ ଏବେ ବନାରସ ବିଏଚୟୁ ୟୁନିଭର୍ସିଟିରେ ପରଫର୍ମିଙ୍ଗ ଆର୍ଟ ଭାଓଲିନରେ ମାଷ୍ଟର ଡିଗ୍ରୀ ପାଠ ପଢୁଛନ୍ତି । ସେ ଶାସ୍ତ୍ରୀୟ ସଙ୍ଗୀତରେ ପାରଙ୍ଗମ ଥିବା ବେଳେ ଏହି ପ୍ରତିଯୋଗିତାରେ ତାଙ୍କର ମଧୁର କଣ୍ଠ ଓ ସଙ୍ଗୀତ ସମସ୍ତଙ୍କୁ ଚକିତ କରିଛି । ଆଗକୁ ବାକିଥିବା ପ୍ରତିଯୋଗିତାରେ ସେ ନିହାତି ସଫଳ ହେବେ ଓ ବଲାଙ୍ଗୀର ତଥା ଓଡ଼ିଶା ପାଇଁ ଗର୍ବ ଆଣିଦେବେ ବୋଲି ଆଶା କରାଯାଇଛି ।  

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.