Mann Ki Baat 100th Episode: ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଶୁଣିଲେ ବୈଜୟନ୍ତ ପଣ୍ଡା

By

Published : Apr 30, 2023, 3:34 PM IST

thumbnail

କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀଙ୍କ ମାସିକ ମନ୍‌ କି ବାତ କାର୍ଯ୍ୟକ୍ରମ ଆଜି 100ତମ ଅଧ୍ୟାୟ ପୂରଣ କରିଛି । ଦେଶରେ କୋଣ ଅନୁକୋଣରେ ଲକ୍ଷଲକ୍ଷ ଜନ ସାଧାରଣ ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ମନର କଥା । କେନ୍ଦ୍ରାପଡାରେ ଆଜି ମନ୍‌ କି ବାତ କାର୍ଯ୍ଯକ୍ରମ ଶୁଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ରାଜକନିକା ବ୍ଲକ ବଡପଡା ବରାଙ୍ଗ ବରାଡ଼ିଆ ବୁଥ ନଂ-୮୫ରେ ସ୍ଥାନୀୟ ବିଜେପି ନେତୃବୃନ୍ଦଙ୍କ ସହ ମନ୍‌ କି ବାତ କାର୍ଯ୍ୟକ୍ରମ ଶୁଣିଥିଲେ ବୈଜୟନ୍ତ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୈଜୟନ୍ତ ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସାରା ବିଶ୍ୱରେ ମନ୍‌ କି ବାତ ଲୋକାଦୃତ ହୋଇଥିବା ମତ ପ୍ରକାଶ କରିଥିଲେ । କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଲୋକେ ମନ୍‌ କି ବାତ କାର୍ଯ୍ୟକ୍ରମ ଶୁଣିଛନ୍ତି । ଯାହା ଅତ୍ୟନ୍ତ ଖୁସିର ବିଷୟ ବୋଲି କହିଛନ୍ତି ବୈଜୟନ୍ତ । ସେହିପରି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବଢିହଠାରେ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ଗରାପୁରଠାରେ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଅଭିମନ୍ୟୁ ଗୋଚ୍ଛାୟତ, ବିଜେପି କେନ୍ଦ୍ରାପଡା ଜିଲ୍ଲା ଉପ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ବିଜେପି ନେତା ମନ୍‌ କି ବାତ କାର୍ଯ୍ୟକ୍ରମ ଶୁଣିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.