ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବାହୁଡାଯାତ୍ରା - ସରିଲା ବାହୁଡା ଯାତ୍ରା

🎬 Watch Now: Feature Video

thumbnail

By

Published : Jun 28, 2023, 10:37 PM IST

ବ୍ରହ୍ମପୁର: ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ହେଲା ମହାପ୍ରଭୁଙ୍କ ବାହୁଡାଯାତ୍ରା । ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳା ସହକାରେ ଆୟୋଜିତ ହୋଇଯାଇଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ନବଦିନ ଧରି ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିରରେ ରହି ବିଭିନ୍ନ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ବାହୁଡା ଅବସରରେ ସକଳ ସମୟରୁ ହିଁ ସମସ୍ତ ପ୍ରକାର ରୀତିନୀତିରେ ପୁଜାର୍ଚ୍ଚନା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରଥକୁ ଅଣାଯାଇଥିଲା । ଏହାପରେ ପୁଣି ମହାପ୍ରଭୁଙ୍କ ବାହୁଡା ନୀତି ସମ୍ପର୍ଣ୍ଣ କରାଯାଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂଧ୍ୟା ସୁଦ୍ଧା ସମସ୍ତ ସ୍ଥାନରେ ରଥଗୁଡିକ ମହାପ୍ରଭୁଙ୍କ ମୁଖ୍ୟ ମନ୍ଦିର ସମୁଖରେ ପହଞ୍ଚିଥିବା ଦେଖାଯାଇଛି । ବ୍ରହ୍ମପୁର ସହରର ଖୋଡାସିଙ୍ଗି, କୋର୍ଟପେଟା, ବିଜିପୁର, ଗୋଷାଣିନୂଆଗାଁ, ଉତ୍କଳ ଆଶ୍ରମ, ଗୋଇଲୁଣ୍ଡି, ସାନବଜାର, ବଡବଜାର ଭଳି ପ୍ରମୁଖ ସ୍ଥାନରେ ଶ୍ରୀଗୁଣ୍ଡିଚା ଯାତ୍ରା ଆୟୋଜିତ ହୋଇଥିଲା । ସେପଟେ ସମସ୍ତ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ କିପରି ଶାନ୍ତିଶୃଙ୍ଖଳା ସହ ବହୁଡାଯାତ୍ରା ଆୟୋଜିତ ହେବ ସେନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ସମସ୍ତ ସ୍ଥାନରେ ସହରର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ କରି କୃପା ଲାଭ କରିଥିଲେ । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.