Bahuda Yatra in Jharsuguda: ଝଣ୍ଡାଛକରେ ୧୫୦ ବର୍ଷର ରଥଯାତ୍ରା, ବାହୁଡ଼ିଲେ ମହାବାହୁ

By

Published : Jun 28, 2023, 10:13 PM IST

thumbnail

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଝଣ୍ଡାଛକ ଠାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି । ଶିଳ୍ପ ନଗରୀ ଝାରସୁଗୁଡ଼ା ସହରର ମୁଖ୍ୟ ଟାଉନ ଝଣ୍ଡାଛକ ଠାରେ ଦୀର୍ଘ ୧୫୦ ବର୍ଷ ଧରି ଅନୁଷ୍ଠିତ ହେଉଛି ରଥଯାତ୍ରା । ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ଏଠାରେ ଏକତ୍ରିତ ହୋଇ ରଥ ଟାଣି ମହାପ୍ରଭୁଙ୍କ କରୁଣା ଲାଭ କରିଥାନ୍ତି । ପ୍ରତିବର୍ଷ ଭଳି ପ୍ରଭାତରୁ ମଙ୍ଗଳ ଆଳତୀ ସରିବା ପରେ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ସନ୍ଧ୍ୟା ୫ଟାରେ ତିନି ଠାକୁରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ଶ୍ରୀବିଗ୍ରହଙ୍କ ପହଣ୍ଡି ସରିବା ପରେ ଅପରାହ୍ନ ୬ଟାରୁ ରଥଟଣା ଆରମ୍ଭ ହୋଇଥିଲା । ତେବେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି । ଭକ୍ତଙ୍କ ଗହଣରେ ଜନ୍ମଭୂମିରୁ କର୍ମଭୂମିକୁ ବାହୁଡ଼ିଯାଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଜଗତର ନାଥ ଜଗନ୍ନାଥଙ୍କ ଏହି ଅପୂର୍ବ ଲୀଳା ଦେଖିବା ପାଇଁ ଆଜି ଝାରସୁଗୁଡ଼ାର ଝଣ୍ଡାଛକରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.