Badrinath Snowfall: ବରଫ ଚାଦର ତଳେ ବଦ୍ରିନାଥ ଧାମ, ବିମୋହିତ ଦେଖଣାହାରୀ - ବଦ୍ରିନାଥରେ ବରଫପାତ

🎬 Watch Now: Feature Video

thumbnail

By

Published : Jan 21, 2023, 10:28 PM IST

Updated : Feb 3, 2023, 8:39 PM IST

ଡେରାଡୁନ: ଗତ ଦୁଇ ଦିନ ଧରି ଉତ୍ତରାଖଣ୍ଡର ପର୍ବତାଞ୍ଚଳ ଏବଂ ଉଚ୍ଚ ହିମାଳୟ ଅଞ୍ଚଳରେ ପାଗ ବଦଳିଛି। ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ ଅଞ୍ଚଳରେ ତୁଷାରପାତ ଲାଗି ରହିଛି । ଏହି ପର୍ଯ୍ୟାୟରେ ଧାର୍ମିକ ପୀଠ ବଦ୍ରିନାଥ ଧାମରେ ମଧ୍ୟ ପ୍ରବଳ ତୁଷାରପାତ ହୋଇଛି । ବଦ୍ରିନାଥରେ ତୁଷାରପାତ ପରେ ଧାମର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି  । ବଦ୍ରିନାଥ ମନ୍ଦିର ଧଳା ଚାଦରରେ ଆଚ୍ଛାଦିତ ହୋଇଛି । ଫଳରେ ଧାମ ରୂପା ପରି ଉଜ୍ଜ୍ବଳ କରୁଛି ।  

ତୁଷାରପାତ ପରେ ବଦ୍ରିନାଥ ଧାମରେ ​​ବରଫର ଏକ ଘନ ଆସ୍ତରଣ ଜମିଥିବା ଦେଖିବାକୁ ମିଳିଛି । ତୁଷାରପାତ ପରେ ସ୍ଥାନୀୟ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହୋଇଛି ।  ବଦ୍ରିନାଥ ପୀଠ ସମେତ ଅଲି ମଧ୍ୟ ଧଳା ଚାଦରରେ ଆଚ୍ଛାଦିତ ହୋଇଛଇ ।  ତୁଷାରପାତ ପରେ ଅଲିରେ ୪ ଫୁଟ ପର୍ଯ୍ୟନ୍ତ ବରଫ ଜମା ହୋଇଛି ।  ସୁନୀଲ ଗ୍ରାମ ନିକଟରେ ରାସ୍ତାରେ ବରଫ ଜମା ହୋଇଥିବାରୁ ଯୋଶୀମଠ ଅଲି ରାସ୍ତା ଅବରୋଧ କରାଯାଇଛି । ସେପଟେ ରାସ୍ତାରୁ ବରଫ ହଟାଇବା କାମ BRO ଦ୍ବାରା ଜାରି ରହିଛି ।  

ଅଲିରେ ପ୍ରବଳ ତୁଷାରପାତ ପରେ ପର୍ଯ୍ୟଟକ ଏବଂ ପ୍ରକୃତି ପ୍ରେମୀମାନେ ଆନନ୍ଦିତ ହୋଇପଡ଼ିଛନ୍ତି । ଏହାସହ ପର୍ଯ୍ୟଟନ ବିଭାଗ ଅଧିକାରୀମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । କେଦାରନାଥ ଧାମରେ ​​ମଧ୍ୟ ତୁଷାରପାତ ହୋଇଛି। କେଦାରନାଥରେ ତୁଷାରପାତ ଏଠାରେ ପୁଣି ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି । ତୁଷାରପାତ ଯୋଗୁଁ ପୁଣି ନିର୍ମାଣ କାର୍ଯ୍ୟ ଏଠାରେ ସମ୍ପୂର୍ଣ୍ଣ ଅଟକି ଯାଇଛି। ଏହା ସହିତ କେଦାରନାଥ ଧାମରେ ​​କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ତୁଷାରପାତ ଯୋଗୁଁ ଫେରି ଆସିଛନ୍ତି । ଚୋପତା, ତୁଙ୍ଗନାଥ ଗଙ୍ଗୋତ୍ରି ଧାମରେ ​​ପ୍ରବଳ ତୁଷାରପାତ ହୋଇଛି। ଯେଉଁଥିପାଇଁ ମା' ଗଙ୍ଗାଙ୍କ ମନ୍ଦିର ମଧ୍ୟ ଏକ ଧଳା ଚାଦରରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି । ଯୋଶୀମଠ, ଚମୋଲି, ଅଲି ଏବଂ ରୁଦ୍ରପ୍ରୟାଗର ଅନେକ ସ୍ଥାନରେ ତୁଷାରପାତ ହୋଇଛି ।   

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.