ବିରାଷ୍ଟମୀରେ ନିଆରା ବାଡିଖେଳ ପରମ୍ପରା - Badikhela 2023 in balasore

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 22, 2023, 4:37 PM IST

ବାଲେଶ୍ଵର: ପାର୍ବଣରେ ଉତ୍ସବମୁଖର ହୋଇ ଉଠିଛି ବାଲେଶ୍ଵରର ପୁରପଲ୍ଲୀ । ଆଜି ହେଉଛି ପବିତ୍ର ମହାଅଷ୍ଟମୀ ପ୍ରତ୍ୟେକ ଦେବୀ ପୀଠ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଦଶହରା ଉପଲକ୍ଷେ ବାଲେଶ୍ଵର ମାକଲପୁର ହନୁମାନ ମନ୍ଦୀରରେ ବିରାଷ୍ଟମୀର ପାଳନ କରାଯାଉଛି । ବିରାଷ୍ଟମୀରରେ ଏଠାରେ ପାଳନ କରାଯାଏ ବାଡ଼ିଖେଳ ପରମ୍ପରା । ପୂର୍ବ ପୁରୁଷଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ବାଡିଖେଳ ପରମ୍ପରା ଆଜି ମଧ୍ୟ ଯୁବ ପିଢିଙ୍କ ପାଖରେ ଆଦୃତ ହୋଇରହିଛି । ବାଡ଼ିଖେଳ ପରମ୍ପରା ବେଶ ପୁରୁଣା । ପ୍ରତିବର୍ଷ ବିରାଷ୍ଟମୀ ଦିନ ବିଭିନ୍ନ ଆଖଡା ଦଳ ମାକଲପୁର ହନୁମାନ ମନ୍ଦିରରେ ପହଞ୍ଚି ଆଖଡା ପ୍ରଦର୍ଶନ କରିବା ସହ ମହାବୀରଙ୍କ ଆଶୀର୍ବାଦ ନେଇଥାନ୍ତି । ପରେ ଦଶହରା ଦିନ ସିନେମା ଛକରେ ବାଡ଼ି ଖେଳ ପ୍ରଦର୍ଶନ କରିଥାନ୍ତି ।

ପୂର୍ବରୁ ଏହି ବଡିଖେଳରେ 24 ରୁ 25 ଆଖଡ଼ା ଦଳ ଭାଗ ନେଉଥିବାବାଳେ ବର୍ତ୍ତମାନ 32ଟି ଦଳ ସେମାନଙ୍କ ଆଖଡା ପ୍ରଦର୍ଶନ କରୁଛନ୍ତି । ଚଳିତ ବର୍ଷ ଆଖଡା ଦଳରେ ମହିଳାମାନେ ମଧ୍ୟ ସାମିଲ ହୋଇ ନିଜର ବିରତ୍ୱ ପ୍ରଦର୍ଶନ କରିଥିଲେ । ଆର୍ଥିକ ଅଭାବ ଓ ପ୍ରୋତ୍ସାହନ ଅଭାବରୁ ଏହି କଳାର ବିକାଶ ହୋଇ ପାରୁନଥିବା ମତ ପ୍ରକାଶ ପାଇଛି । ତଥାପି ଏହାରି ଭିତରେ ଅନେକ ଯୁବକ ଏବଂ ଛାତ୍ରୀ ମାନଙ୍କ ମଧ୍ୟରେ ଏହି ଆଖଡ଼ା ଖେଳ ଓ ଆତ୍ମ ସୁରକ୍ଷା ଦିଗରେ ଯତ୍ନବାନ ହେଉଥିବା ପରିଲକ୍ଷିତ ହୋଇଛି । ମହାବୀରଙ୍କ ମଠରୁ ପ୍ରଣାମି ଗ୍ରହଣ କରି ବାଡିଖେଳର ଶୁଭାରମ୍ଭ ହୋଇଥାଏ । 

ଏହା ମଧ୍ୟ ପଢନ୍ତୁ...ଦୁର୍ଗାପୂଜାରେ ଶ୍ରୀକ୍ଷେତ୍ରର ନିଆରା ପରମ୍ପରା, ଏଠାରେ ଗୋଷାଣୀ ରୂପରେ ପୂଜା ପାଆନ୍ତୀ ମାଆ ଦୁର୍ଗା

ଏହାପରେ ବିଜୟାଦଶମୀ ସନ୍ଧ୍ୟାରେ ସିନେମା ଛକରେ ଖେଳ ପ୍ରଦର୍ଶନ କରାଯାଇଥାଏ । ସହରର ବିଭିନ୍ନ ଅଞ୍ଚଳରୁ ଆଖଡ଼ା ଦଳ ଏଥିରେ ସାମିଲ ହୋଇ ବିରତ୍ୱର ଗାଥା ବହନ କରିଥାନ୍ତି । ଖେଳ ଭିତରେ ବାନା, ବନାଟି, ରୁକବାଡ଼ି, ଛେଡି ବାଡ଼ି, ଖଣ୍ଡା ଖେଳ, ପାଇଁତରା ଆଦି ଖେଳ ପ୍ରଦର୍ଶନ କରାଯାଇଥାଏ। ତେବେ 1925 ମସିହାରେ ଡ଼ ହରେକୃଷ୍ଣ ମହତାବ ଇଂରେଜ ଶାସନ ବିରୋଧରେ ବାଡ଼ି ଧରି ପ୍ରତିବାଦ କରିବା ପାଇଁ ଆହ୍ୱାନ ଦେବାପରେ ଏ ପରମ୍ପରା ଆଜି ଯାଏ ଚାଲି ଆସୁଛି ।


ଇଟିଭି ଭାରତ,ବାଲେଶ୍ଵର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.