ବଡଓଷାରେ ଚଳଚଞ୍ଚଳ ବାବା ଧବଳେଶ୍ବର ପୀଠ - ପବିତ୍ର ବଡଓଷା

🎬 Watch Now: Feature Video

thumbnail

By

Published : Nov 6, 2022, 1:32 PM IST

Updated : Feb 3, 2023, 8:31 PM IST

ଆଜି ପବିତ୍ର ବଡଓଷା । କାର୍ତ୍ତିକ ମାସର ବଡ଼ଓଷା ପର୍ବରେ ଚଳଚଞ୍ଚଳ ରହିଛି ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗର ବାବା ଧବଳେଶ୍ବରଙ୍କ ପୀଠ । ହଜାର ହଜାର ଶ୍ରଦ୍ଧାଳୁ ଆଜିର ଦିନରେ ଧବଳେଶ୍ବରଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରୁଛନ୍ତି । ଏହାସହିତ ଶୈବପୀଠରେ ଚାଲିଥିବା ମେଳାର ମଜା ନେଉଛନ୍ତି ଶ୍ରଦ୍ଧାଳୁ । ଦୁଇ ବର୍ଷର କୋରୋନା କଟକଣା ହଟିବା ପରେ ଚଳିତ ବର୍ଷ ଧବଳେଶ୍ବରଙ୍କ ପୀଠରେ ବଡ଼ଓଷା ପର୍ବ ମହାଆଡମ୍ବରରେ ଅନୁଷ୍ଠିତ ହେଉଛି । ରୀତିନୀତି ପରମ୍ପରା ଅନୁଯାୟୀ ବାବାଙ୍କର ପୂଜାର୍ଚ୍ଚନା ହେଉଛି । ଯେଉଁ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ଆଜିର ଦିନରେ ସେ ବାବାଙ୍କ ନିକଟରେ ଅଟକାଳୀ ଭୋଗ ଲାଗି କରିଥାନ୍ତି । ତେବେ କଟକ ଧବଳେଶ୍ବରଙ୍କ ପୀଠରେ ଦର୍ଶନ ପାଇଁ କଟକଣା ଥିବାରୁ ବହୁସଂଖ୍ୟକ ଶ୍ରଦ୍ଧାଳୁ ଏଠାରେ ଭିଡ଼ ଜମାଉଛନ୍ତି । ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.