ବଡ ଏକାଦଶୀ ତିଥି: ରଥ ଉପରେ ମହାପ୍ରଭୁଙ୍କୁ ଲାଗିହେଲା ଫଳ ଭୋଗ - ବଡ ଏକାଦଶୀ ତିଥି

🎬 Watch Now: Feature Video

thumbnail

By

Published : Jun 29, 2023, 3:42 PM IST

Updated : Jun 29, 2023, 4:13 PM IST

ପୁରୀ: ଆଜି ବଡ଼ ଏକାଦଶୀ ତିଥି । ଏହି ଅବସରରେ ରଥ ଉପରେ ବିରାଜମାନ କରିଥିବା ମହାପ୍ରଭୁଙ୍କ ନିକଟରେ ଫଳ ଭୋଗ ହୋଇଛି । ବିଭିନ୍ନ ମଠ ପକ୍ଷରୁ ଏହି ଫଳ ଭୋଗ କରାଯାଇଛି। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ବିଭିନ୍ନ ସେବା ରହିଛି ମହାପ୍ରଭୁଙ୍କ ପାଇଁ। ବଡ଼ ଏକାଦଶୀ ଅବସରରେ ହରଚଣ୍ଡି ସାହିର ନାଗା ମଠ ପକ୍ଷରୁ ବିଭିନ୍ନ ଫଳ ଭୋଗ କରାଯାଇଛି ମହାପ୍ରଭୁଙ୍କ ପାଇଁ। ପରେ ଏହି ଭୋଗକୁ ଭକ୍ତ ମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ତେବେ ମହାପ୍ରଭୁ ରଥ ଉପରେ ଥିବା ବେଳେ କଣ ଭୋଗ ହୁଏ ଓ କିଭଳି ନୀତି କାନ୍ତି ଅନୁଷ୍ଠିତ ହୋଇଥାଏ ତାହା କିଛି ଭକ୍ତଙ୍କୁ ଜଣାନଥାଏ। 

ତେବେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡିଚା ରୁ ନିଳାଦ୍ରୀ ବିଜେ ଯାଏଁ ମହାପ୍ରଭୁ ଯେତେବେଳେ ରଥ ଉପରେ ବିରାଜମାନ କରିଥାନ୍ତି ସେତେବେଳେ ଶ୍ରୀମନ୍ଦିରରେ ଯାହା ନୀତି ହୋଇଥାଏ ରଥ ଉପରେ ସେହି ସମାନ ନୀତି ହୋଇଥାଏ। ତେବେ ଭୋଗ କିନ୍ତୁ ଅଲଗା ପ୍ରକାର ଲାଗି ହୋଇଥାଏ। ମହାପ୍ରଭୁ ରତ୍ନ ସିଂହାସନରେ ଥିବା ବେଳେ ଅନ୍ନ ଭୋଗ ସହ ଅନ୍ୟାନ୍ୟ ବ୍ୟଞ୍ଜନ ଭୋଗ ହୋଇଥାଏ। କିନ୍ତୁ ରଥ ଉପରେ ଅନ୍ନ ଭୋଗ ପରିବର୍ତ୍ତେ ଶୁଖିଲି ଭୋଗ ହୋଇଥାଏ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ରହିଛି ଯେ, ରଥ ଉପରେ ମହାପ୍ରଭୁଙ୍କ ନିକଟରେ ବଡ଼ ସାନ ମନୋହର, ପଶୁପାଳନ କାକର , ତାଟ ବାବଦ ନାଡି, ଗଜା ବଡ଼ ସାନ , ଟାକୁଆ , ଫେଣି , କାକରା ,ଡାଳିମ୍ବ , ଟାକୁଆ ସାନ ସରା , ଗଜା, ସୁଆର ଲଡୁ ଓ କାକରା ଭୋଗ ହୋଇଥାଏ । ଏତଦ୍ ବ୍ୟତୀତ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ଭୋଗ ମଧ୍ୟରେ କୋରା , ଖଇ, ବଡ଼ କାକରା, ଉଠା କାକରା , ମହା ପ୍ରଶସ୍ତ ମନହର , ବଡ଼ ଅମାଲୁ, ସାନ ଅମାଲୁ, ଝଡେଇ ନେଦା , ମାଣ୍ଡୁଅ , ଟାକୁଆ , ଟାକୁଆ ବଡ଼ସେରା , ରଥ ମନହର , ମରିଚ ନଡୁ ଭୋଗ ହୋଇଥାଏ। ରଥ କୋରା, ବଲ୍ଲଭ ଖଇ, ଗଜାମୁଗ, ପାତି ନଡିଆ, ବିଭିନ୍ନ ଫଳ, ଶଙ୍ଖାକୃତି ଶାକର ଇତ୍ୟାଦି ଭୋଗ ରଥରେ ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ହେଉଛି।

ଇଟିଭି ଭାରତ, ପୁରୀ
 

Last Updated : Jun 29, 2023, 4:13 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.