thumbnail

By

Published : Jun 24, 2023, 6:36 PM IST

ETV Bharat / Videos

ଖୋଲରେ ପଡିଲା ଛୁଆ ହାତୀ, ଛାଡି ଚାଲିଗଲେ ହାତୀପଲ

କେନ୍ଦୁଝର: ଘଟଗାଁ ରେଞ୍ଜ ଅଧିନସ୍ଥ ଦେଓବନ୍ଦ ବିଟ ଅଧିନରେ ୧୩ ଟିକିଆ ହାତୀପଲ ବୁଲୁଥିବାର ନଜର ରଖିଥିଲା ବନ ବିଭାଗ । ୧୩ ଟିକିଆ ଦଳରୁ ୨ଟି ହାତୀ ଭାଗ ହୋଇଯିବା ପରେ ବାକି ୧୧ଟି ହାତୀ ବାଲିପୋଖରୀ ବିଟ ଆଡକୁ ରାତାରାତି ଚାଲି ଆସିଥିଲେ । ଆଜି (ଶନିବାର) ଭୋର ସକାଳୁ ବନ କର୍ମଚାରୀ ଏହି ହାତୀପଲଙ୍କୁ ବାଲିପୋଖରୀ ନିକଟସ୍ଥ ରେଲଓ୍ବେ ଲାଇନ ପାର କରିଦେଇଥିଲେ । ତେବେ କାଳିମାଟି ଗାଁ ନିକଟବର୍ତ୍ତୀ ବଣମୁଣ୍ଡା ଜଙ୍ଗଲ ନିକଟରେ ଥିବା ଏକ ପଥର ଖୋଲ ଝରଣାରେ ଏକ ହାତୀ ଛୁଆ ଖସି ପଡିଥିଲା ।ହାତୀ ଛୁଆଟିର ଗର୍ଜନ ଶୁଣି ଗ୍ରାମବାସୀ ଜଙ୍ଗଲକୁ ଯାଇଥିଲେ ଏବଂ ସେ ଏକ ପଥର ଖୋଲରେ ଫସିଥିବା ଦେଖିବାକୁ ପାଇଥିଲେ । ପରେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗ୍ରାମବାସୀ ଏବଂ ବନ ବିଭାଗ କର୍ମଚାରୀଙ୍କ ମିଳିତ ପ୍ରୟାସରେ ଦୀର୍ଘ ଦୁଇ ଘଣ୍ଟା ପରେ ହାତୀଟି ସୁରକ୍ଷିତ ଉଦ୍ଧାର ହୋଇଥିଲା । ତେବେ ହାତୀପଲ ଛୁଆଟିକୁ ଛାଡି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡ଼ିଛି । ଉଦ୍ଧାର ପରେ ବନ କର୍ମଚାରୀ ହାତୀ ଛୁଆଟିକୁ ତାଙ୍କ ଦଳରେ ଛାଡିବା ପାଇଁ ଚେଷ୍ଟା ଚଳାଇଛନ୍ତି । 

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.