thumbnail

By ETV Bharat Odisha Team

Published : Sep 16, 2023, 7:49 PM IST

ETV Bharat / Videos

ଅସୁସ୍ଥ ହାତୀ ଛୁଆକୁ ଛାଡି ପଳାଇଲା ମା’ ହାତୀ

ରାଇରଙ୍ଗପୁର: ପୁଣିଥରେ ଅସୁସ୍ଥ ହାତୀ ଛୁଆକୁ ଛାଡି ପଳାଇଲା ମାଆ ହାତୀ।  ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ। କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଭଅଁରା ହୁଡିସାହି ନିକଟରେ ଅସୁସ୍ଥ ହାତୀ ଛୁଆକୁ ଛାଡି ପଳାଇଛି ମାଆ ହାତୀ। ତେବେ ଛୁଆ ହାତୀଟି ଅସୁସ୍ଥ ହେବା କାରଣରୁ ମାଆ ହାତୀ ଛାଡି ପଳେଇ ଥିବା ବେଳେ ଜୀବନ ମରଣ ସହ ସଂଘର୍ଷ କରୁଛି ହାତୀ ଛୁଆ। ସେପଟେ ହାତୀ ଛୁଆଟି ୧୫-୨୦ ଦିନର ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। 

ଏହା ମଧ୍ୟ ପଢ଼ନ୍ତୁ....ଗାଁ ପାଖକୁ ଆସିଥିବାବେଳେ ମାଆଠୁ ଅଲଗା ହେଲା ହାତୀଛୁଆ, ଆଉ ତା' ପରେ...

ତେବେ ଗତକାଲି ୨୩ ଟିକିଆ ହାତୀପଲ କେନ୍ଦୁଝର ବନଖଣ୍ଡରୁ କରଞ୍ଜିଆ ବନଖଣ୍ଡର ବଡ଼ଦେଉଳି ଗ୍ରାମ ଜଙ୍ଗଲରେ ପ୍ରବେଶ କରିଥିଲେ। ଏହି ହାତୀପଲରେ ହାତୀ ଶାବକଟି ମଧ୍ୟ ଥିଲା। ତେବେ ହାତୀ ଶାବକଟି ଏବେ ଗୁରୁତର ଅସୁସ୍ଥ ହୋଇ ଜୀବନ ମରଣ ସହିତ ଲଢେଇ କରୁଛି। ଖବର ପାଇ କରଞ୍ଜିଆ ବନବିଭାଗ ପକ୍ଷରୁ ହାତୀ ଶାବକଟିକୁ ଉଦ୍ଧାର କରାଯାଇ ଚିକିତ୍ସା ମଧ୍ୟ କରାଯାଉଛି। ଗତ କିଛି ଦିନ ବ୍ୟବଧାନରେ କେନ୍ଦୁଝର ଜିଲ୍ଲାରୁ ପୁଣି ଏହି ହାତୀପଲ ଫେରିଛନ୍ତି । ତେବେ ଏହି ୨୩ ଟିକିଆ ହାତୀପଲରେ ୫ ଟି ଦନ୍ତାହାତୀ ଥିବା ବନବିଭାଗ ସୂଚନା ଦେଇଛି।


ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.