ETV Bharat / state

OAS ସ୍ତରରେ ବଡ଼ଧରଣର ଅଦଳବଦଳ - OAS Reshuffle - OAS RESHUFFLE

Government Of Odisha: ରାଜ୍ୟ ସରକାର ଆଜି ୩୬ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି କରିଛନ୍ତି । କିଏ କେଉଁଠିକୁ ବଦଳି ହୋଇଛନ୍ତି ପଢ଼ନ୍ତୁ

OAS Cadre Transferred
OAS Cadre Transferred (ETV Bharat Odisha)
author img

By ETV Bharat Odisha Team

Published : Sep 25, 2024, 8:36 PM IST

ଭୁବନେଶ୍ବର: ଓଏଏସ(OAS) ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ୩୬ ଜଣ ଓଏଏସଙ୍କ ଦାୟିତ୍ବ ବଦଳାଇବା ସହ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ମୋହନ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେଉଁ ଅଫିସର କେଉଁଠିକୁ ବଦଳି ହୋଇଛନ୍ତି ।

କାହାକୁ କେଉଁ ଦାୟିତ୍ବ:

OAS Cadre Transferred
OAS Cadre Transferred (ETV Bharat Odisha)

ବିଜ୍ଞପ୍ତି ଅନୁସାରେ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ମଧୁମିତା ରଥଙ୍କୁ ଉତ୍କଳୀକାର ଅତିରିକ୍ତ ଦାୟିତ୍ୱ ମିଳିଛି । ଅନାମ ଚରଣ ପାତ୍ର ହୋଇଛନ୍ତି କଟକ ମହାନଗର ନିଗମ କମିଶନର । ପୂର୍ବରୁ ସେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଥିଲେ । କଟକ ମହାନଗର ନିଗମ ଅତିରିକ୍ତ କମିଶନର ହୋଇଛନ୍ତି କଳ୍ପତରୁ ବେହେରା । ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କର ପ୍ରାଇଭେଟ ସେକ୍ରେଟାରୀ ଭାବେ ସେ କାର୍ଯ୍ୟ କରିଥିଲେ । ପୂର୍ବତନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରୀ ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି ।

କିଏ କେଉଁଠିକୁ ବଦଳି:

ସେହିପରି କେନ୍ଦୁଝରର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହାଲଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି । କନ୍ଧମାଳ ଜିଲ୍ଲା ପରିଷଦର ସିଡିଓ-କମ-ଇଓ ଥିବା ରତ୍ନାକର ସାହୁଙ୍କୁ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗରର ଏଡିଏମ ଥିବା ଲଙ୍କେଶ୍ୱର ଅମାତଙ୍କୁ ଭଦ୍ରକ ଏଡିଏମ ଭାବେ ବଦଳି କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇର ତହସିଲଦାର ଥିବା ଅଶୋକ କୁମାର ଗଡ଼ତିଆଙ୍କୁ ଅତିରିକ୍ତ ଅବକାରୀ କମିଶନର ଭାବେ କଟକକୁ ବଦଳି କରାଯାଇଛି । ମୟୂରଭଞ୍ଜ ଏଡିଏମ ଉଦୟ କୁମାର ମହାପାତ୍ରଙ୍କୁ ଅନୁଗୋଳ ଏଡିଏମ ଭାବେ ବଦଳି କରାଯାଇଛି ।

କିଏ ହେଲେ ଗୃହ ବିଭାଗର ଯୁଗ୍ମ ସଚିବ:

OAS Cadre Transferred
OAS Cadre Transferred (Government Of Odisha)

ସେହିପରି କୃଷି ବିଭାଗର ଯୁଗ୍ମ ସଚିବ ଥିବା ଦରିଦ୍ରଭଞ୍ଜନ ପାତ୍ର ବାଲେଶ୍ଵର-ମୟୂରଭଞ୍ଜର ସେଟେଲମେଣ୍ଟ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଦୀପ୍ତି ରଞ୍ଜନ ବେହେରା । ବାଲେଶ୍ଵରର ଅତିରିକ୍ତ ଜିଲ୍ଲାପାଳ ଥିବା ନିରଞ୍ଜନ ବେହେରାଙ୍କୁ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଥିବା ଲଳିତ ମୋହନ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ପରିଷଦର ସିଡିଓ-କମ-ଇଓ ଭାବେ ନିଯୁକ୍ତି ଦିଆଯାଇଛି । ଓସେପାର ଯୁଗ୍ମ ନିର୍ଦ୍ଦେଶକ ଥିବା ସରୋଜ କୁମାର ବେହେରାଙ୍କୁ ଏସସି ଏବଂ ଏସଟି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ସରକାର ନିଯୁକ୍ତି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...IAS ସ୍ତରରେ ବଡ଼ ଅଦଳବଦଳ: ୧୯ ନୂଆ ଜିଲ୍ଲାପାଳ, ନବୀନ ଅମଳରେ କୋଣଠେସା, ମୋହନ ଦେଲେ ଗୁରୁ ଦାୟିତ୍ୱ - IAS reshuffle in Odisha

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ନିଷ୍ପତ୍ତି; ପାୱାର କରିଡରରୁ ବିଦା ହେଲେ ନବୀନ ସରକାରର ୩ ବଡ଼ବାବୁ - IAS Reshuffle in Odisha

ଏହା ମଧ୍ୟ ପଢ଼ନ୍ତୁ...ECIଙ୍କ ନିର୍ଦ୍ଦେଶ; ବଦଳିଲେ ୫ ବରିଷ୍ଠ OAS ଅଫିସର - OAS Officer Transfer

କଟକର ଯୁଗ୍ମ ସଚିବ:

ସେହିପରି ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ସରୋଜ କୁମାର ଦାସ । ବସନ୍ତ କୁମାର ସେଠୀଙ୍କୁ ବୋର୍ଡ ଅଫ ରେଭିନ୍ୟୁ, କଟକର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସୁନ୍ଦରଗଡ଼ ଜିଲ୍ଲା ପରିଷଦର ସିଡିଓ-କମ-ଇଓ ହୋଇଛନ୍ତି ସୁରଞ୍ଜନ କୁମାର ସାହୁ । ଜ୍ୟୋତି ଶଙ୍କର ସାହୁ ହୋଇଛନ୍ତି ଖୋର୍ଦ୍ଧା ସିଡିଓ-କମ-ଇଓ । କନ୍ଧମାଳ ସିଡିଓ-କମ-ଇଓ ହୋଇଛନ୍ତି ଶମ୍ଭୁନାଥ ନନ୍ଦୀ । ପ୍ରଦୀପ କୁମାର ରାଉତଙ୍କୁ ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.