ଗାଁ ଭିତରେ ପଶିଲା ଗୋଠଛଡା ହାତୀ ଛୁଆ - ଗୋଠ ଛଡା ହାତୀ ଛୁଆ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/06-01-2024/640-480-20441399-thumbnail-16x9-bsd.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 6, 2024, 8:22 AM IST
Elephant calf in cattle herd: ଅନୁଗୋଳ: ଗାଈ ଗୋଠରେ ବୁଲୁଛି ହାତୀ ଛୁଆ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଗଣ୍ଠିଗାଡ଼ିଆ ଗାଁରେ । ଏକ 45 ଟିକିଆ ହାତୀପଲ ଗଣ୍ଠିଗାଡ଼ିଆ ଜଙ୍ଗଲରେ ଥିବାବେଳେ ଗୋଟିଏ ହାତୀ ଛୁଆ ଗୋଠରୁ ଅଲଗା ହୋଇ ଗାଈ ଗୋଠରେ ମିଶିଯାଇଥିଲା । ଆଉ ସେହି ଗାଈ ଗୋଠ ପଛେ ପଛେ ଗାଁ ମଧ୍ୟକୁ ପଶି ଆସିଥିଲା । ଗାଈ ଗୋଠରେ ହାତୀକୁ ଗ୍ରାମବାସୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ହାତୀ ଛୁଆର ବୟସ ପ୍ରାୟ ୧ ମାସରୁ ଅଧିକ ହେବ ବୋଲି ଜଣାଯାଇଛି । ତେବେ ହାତୀ ଛୁଆକୁ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରିବା ସହ ହାତୀପଲରେ ମିଶାଇବାକୁ ଉଦ୍ୟମ ଚଳାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଜଙ୍ଗଲରେ ବୁଲୁଛି ଅସୁସ୍ଥ ହାତୀ ଛୁଆ, ନଜର ରଖିଛି ଥର୍ମାଲ ଡ୍ରୋନ କ୍ୟାମେରା
ଇଟିଭି ଭାରତ, ଅନୁଗୋଳ