Vigilance Raid: ପନ୍ଦର ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ କିରାଣୀ - ଭିଜିଲାନ୍ସ ଜାଲରେ କିରାଣୀ
🎬 Watch Now: Feature Video
Published : Sep 26, 2023, 9:28 PM IST
କେନ୍ଦୁଝର: କେନ୍ଦୁଝର ଭିଜିଲାନ୍ସ ବିଭାଗକୁ ମିଳିଛି ବଡ ସଫଳତା । ଦୀର୍ଘଦନ ନିରବତା ପରେ ଜିଲ୍ଲାରେ ଭିଜିଲାନ୍ସ ବିଭାଗ ସକ୍ରିୟ ହୋଇଛି। କେନ୍ଦୁଝର ସଦର ମହକୁମାରେ ଥିବା ଜିଲ୍ଲା ଆୟୁର୍ବେଦିକ କାର୍ଯ୍ୟାଳୟର କିରାଣୀ ଦେବାଶିକ୍ଷ ମହାପାତ୍ର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବିରାମ ଟୁଡୁ ନାମକ କର୍ମଚାରୀଙ୍କସହ ଅନ୍ୟ 30 ଜଣଙ୍କ ବକେୟା ପାଉଣା ପାଇଁ ସେ ୧୫ ହଜାର ଟଙ୍କା ଦାବି କରିଥିଲେ । ମଙ୍ଗଳବାର ଅଭିଯୋଗକାରୀଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଅଗ୍ରୀମ ନେବା ସମୟରେ ଭିଜିଲାନ୍ସ କର୍ମଚାରୀ କାବୁ କରିବାରେ ସଫଳ ହୋଇଥିଲେ ।
ସୂଚନା ଅନୁଯାୟୀ, କିରାଣୀ ଦେବାଶିଷ ଚମ୍ପୁଆ ବ୍ଲକ ଆୟର୍ବେଦିକ ଆସିଷ୍ଟାଣ୍ଟ ବିରାମ ତୁଡ଼ୁଙ୍କ ପାଞ୍ଚ ମାସର ବକେୟା ଦରମା କରିବା ପାଇଁ 5ଶହ ଟଙ୍କା ଦାବି କରିଥିଲେ। ଏହାସହ ଜିଲ୍ଲାର ଅନ୍ୟ ୩୦ ଜଣ କର୍ମଚାରୀଙ୍କ ବକେୟା ଦରମା ପାଇଁ ପାଞ୍ଚ ଶହ କରି ପନ୍ଦର ହଜାର ଟଙ୍କା କିରାଣୀ ଦେବାଶିଷ ମହାପାତ୍ର ଦାବି କରିଥିଲେ । ଏହି ଟଙ୍କା ନଦେଲେ ବକେୟା ଦରମା ଦିଆଯିବ ନାହିଁ ବୋଲି ଦେବାଶିଷ କହିଥିଲେ। ଦାବି ମୁତାବକ ଆଜି ଅଗ୍ରୀମ ଟଙ୍କା ଏକାଠି କରି ବିଜୁ ପଟ୍ଟନାୟକ ଛକ ସ୍ଥିତ କାର୍ଯ୍ୟାଳୟ ଠାରେ ଟୁଡୁ ଦେବାଶିଷଙ୍କୁ ଲାଞ୍ଚ ଦେଉଥିଲେ । ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲେ। ତାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ନଗଦ ଭିଜିଲାନ୍ସ ବିଭାଗ ଜବତ କରି ତାଙ୍କୁ ଗିରଫ କରିଛି । ଏହା ସହ ଭିଜିଲାନ୍ସ ବିଭାଗ ପକ୍ଷରୁ ଦେବାଶିଷଙ୍କ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବାସଗୃହ ଓ କାର୍ଯ୍ୟାଳୟରେ ଏକ ସଙ୍ଗେ ଚଢ଼ାଉ ଜାରି ରଖିଛି । କେନ୍ଦୁଝର ଭିଜିଲାନ୍ସ ବିଭାଗ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ତତ୍ବାବଧାନରେ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଭିଜିଲାନ୍ସ ବିଭାଗ କର୍ମଚାରୀ ଉପସ୍ଥିତି ଥିଲେ ।
ଏହା ମଧ୍ୟ ପଢନ୍ତୁ..ଲାଞ୍ଚ ନେଇ ଧରାପଡ଼ିଲେ ପଞ୍ଚାୟତ GRS, ଗିରଫ କଲା ଭିଜିଲାନ୍ସ
ଇଟିଭି ଭାରତ, କେନ୍ଦୁଝର