ଭାରତ ଯାତ୍ରାରେ ଅଯୋଧ୍ୟାର ଯୁବକ, ବାଣ୍ଟୁଛନ୍ତି ପରିବେଶ ସଚେତନତା ବାର୍ତ୍ତା - ବନ୍ଦେ ଭାରତ ଯାତ୍ରାରେ ଯୁବକ
🎬 Watch Now: Feature Video
ଅନୁଗୋଳ: ବନ୍ଦେ ଭାରତ ଯାତ୍ରାରେ ଯୁବକ । ପାଦରେ ଚାଲି ଚାଲି ବୁଲୁଛନ୍ତି ରାଜ୍ୟରୁ ରାଜ୍ୟ, ଜିଲ୍ଲାରୁ ଜିଲ୍ଲା । ଦେଶରେ ଅସନ୍ତୁଳିତ ପରିବେଶକୁ ନେଇ ଯେଉଁ ସ୍ଥିତି ଉପୁଜିଛି କିଭଳି ତାର ସମାଧାନ କରାଯିବ ଏନେଇ ସେ କରୁଛନ୍ତି ସଚେତନ । ଉତ୍ତରପ୍ରଦେଶରୁ ବାହାରଥିବା ଏହି ଯୁବକ ମଙ୍ଗଳବାର ଆସି ଅନୁଗୋଳରେ ପହଞ୍ଚିଛନ୍ତି । ଜିଲ୍ଲା ପ୍ରଶାସନକୁ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ସେ ନିବେଦନ କରିଛନ୍ତି ।
ଉତ୍ତରପ୍ରଦେଶ ଅଯୋଧ୍ୟାର ଅଧିବାସୀ ଆଶୁତୋଷ ପାଣ୍ଡେ । ସାରା ଦେଶରେ ଦେଖା ଦେଇଥିବା ପରିବେଶ ଜନିତ ଅବକ୍ଷୟକୁ ନେଇ ଚିନ୍ତିତ ଆଶୁତୋଷ 'ବନ୍ଦେ ଭାରତ ଯାତ୍ରା'ରେ ବିଭିନ୍ନ ରାଜ୍ୟ ପରିକ୍ରମା କରି ସଚେତନତା ସୃଷ୍ଟି କରିଛନ୍ତି । ଗତ ବର୍ଷ ଡିସେମ୍ବର ୪ ତାରିଖରୁ ଆଶୁତୋଷ ଏହି ବନ୍ଦେ ଭାରତ ଯାତ୍ରାରେ ବାହାରି ବର୍ତ୍ତମାନ ସୁଦ୍ଧା ୪ଟି ରାଜ୍ୟ ପରିକ୍ରମା କରି ଆଜି ଓଡ଼ିଶାରେ ପହଞ୍ଚିଛନ୍ତି । ଏହାରି ଭିତରେ ସେ ୫୩ଜଣ ଜିଲ୍ଲାପାଳଙ୍କୁ ଭେଟି ଗଛ ଲଗାଇବା ଉପରେ ଜନ ସଚେତନତା ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି ।
ଏହା ବି ପଢନ୍ତୁ- 5 ଘଣ୍ଟାର ଅପରେସନ୍ ପରେ ମୁକୁଳିଲା ହାତୀ, ଆମ୍ବ ଖାଇବାକୁ ଆସି ଗଛରେ ଫସିଥିଲା
ଏହା ବ୍ୟତୀତ ୧ ହଜାରରୁ ଅଧିକ ଗାଁରେ ମଧ୍ୟ ସେ ପରିବେଶର ସୁରକ୍ଷା ଦିଗରେ ଜନ ସଚେତନତା ସୃଷ୍ଟି କରିଛନ୍ତି । ଅନେକ ସ୍ଥାନରେ ମଧ୍ୟ ଲୋକଙ୍କୁ ଚାରା ବାଣ୍ଟିଛନ୍ତି । କିଭଳି ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଉଦ୍ୟମ କରାଯିବ ଓ ପରିବେଶ ସୁରକ୍ଷିତ ରହିବ ସେଥିପାଇଁ ଯୁବ ଵର୍ଗ ଉଦ୍ୟମ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଆଶୁତୋଷ ଏହି ଯାତ୍ରାରେ ୧୦ ହଜାର କିଲୋମିଟର ଅତିକ୍ରମ କରିବାର ଲକ୍ଷ୍ୟ ରଖିଛନ୍ତି । ଏହା ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଙ୍କୁ ମଧ୍ୟ ଭେଟିବେ ବୋଲି କହିଛନ୍ତି ।
ଇଟିଭି ଭାରତ, ଅନୁଗୋଳ