thumbnail

By

Published : Mar 16, 2023, 2:56 PM IST

ETV Bharat / Videos

Budget Session: ଲାଞ୍ଜିଗଡରେ କେବେ ବସିବ ମୋବାଇଲ ଟାୱାର? ଉତ୍ତର ରଖିଲେ ଆଇଟି ମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନକାଳରେ ବିଧାୟକ ପ୍ରଦୀପ ଦିସାରୀ ତାଙ୍କ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ମୋବାଇଲ ଟାୱାର ପ୍ରତିଷ୍ଠାରେ ବିଳମ୍ବ ନେଇ ପ୍ରଶ୍ନ କରିଛନ୍ତି । ଲାଞ୍ଚିଗଡରେ କେତୋଟି ମୋବାଇଲ ଟାୱାର ତିଆରି ପାଇଁ ଚଳିତ ବର୍ଷ ସରକାର ମଞ୍ଜୁର ପ୍ରଦାନ କରିଛନ୍ତି ଏବଂ କାହିଁକି ଏହି କାର୍ଯ୍ୟ ବିଳମ୍ବ ହେଉଛି ବୋଲି ପଚାରିଛନ୍ତି ବିଧାୟକ । ଏହାର ଉତ୍ତରରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ Left wing extemism phase-2 ୫୨ଟି ଜିଓ ଟାୱାର ଏବଂ ୟୁନିଭର୍ସିଆଲ ସର୍ଭିସ ପବ୍ଲିକ ଫଣ୍ଡ ଅଧିନରେ ୨୩୯ ଗୋଟି ଜିଓ ଟାୱାର ଓ ୮୯ ଗୋଟି ବିଏସଏନଏଲ ଟାୱାର ତିଆରି ପାଇଁ ମଞ୍ଜୁରୀ ପ୍ରଦାନ ହୋଇଛି  । ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଟାୱାର ପ୍ରତିଷ୍ଠା ଲାଗି ମଞ୍ଜୁର ହୋଇଛି କିନ୍ତୁ ଯେଉଁ ତିଆରି ହୋଇପାରି ନାହିଁ, ସେ ନିଜେ ତାର ଅନୁଧ୍ଯାନ କରିବେ ଏବଂ କିପରି ଖୁବଶୀଘ୍ର କାମ ଆରମ୍ଭ ହେବ ସେନେଇ ପଦକ୍ଷେପ ନେବେ କହିଛନ୍ତି ମନ୍ତ୍ରୀ । ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.