ପ୍ରଥମ ଓଡ଼ିଆ ଭାବେ ଏସୀୟ ବଡି ବିଲ୍ଡିଂରେ ସ୍ଵର୍ଣ୍ଣ, ସଫଳତା ପଛରେ ଥିବା ସଙ୍ଘର୍ଷର କାହାଣୀ କହିଲେ ଅମିତ - ଏସୀୟ ବଡି ବିଲ୍ଡିଂ ଚମ୍ପିଆନ୍ସିପ୍ରେ ସ୍ବର୍ଣ୍ଣ ପଦକ
🎬 Watch Now: Feature Video
Published : Sep 11, 2023, 6:54 PM IST
ଭୁବନେଶ୍ବର: ଯାଜପୁର ବିଞ୍ଝାରପୁର ମାଟିର ପୁଅ ଅମିତ ଭୂୟାଁ ଦେଶ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରି ବର୍ତ୍ତମାନ ଭାରତର ସୁନାପୁଅ ସାଜିଛନ୍ତି । ନିକଟରେ ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ୫୫ତମ ଏସୀୟ ବଡି ବିଲ୍ଡିଂ ଚମ୍ପିଆନ୍ସିପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ପୁଅ ଅମିତ ଭୂୟାଁ । ଏହି ପ୍ରତିଯୋଗିତାରେ ୨୪ଟି ଦେଶର ୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରଥମ ଓଡ଼ିଆ ଭାବେ ଅମିତ ଦେଶ ପାଇଁ ଏହି ଗୌରବ ଆଣିଥିବା ବେଳେ ଏହି ସଫଳତାକୁ ନେଇ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ତେବେ ଏହି ଐତିହାସିକ ପଦକ ଜିତିବା ପରେ ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ସେ ତାଙ୍କ ସଫଳତାର ଅନୁଭୂତି ବଖାଣିଛନ୍ତି । ସଫଳତାର ରାସ୍ତା ତାଙ୍କ ପାଇଁ ଏତେ ସହଜ ନଥିଲା । ୧୫ ବର୍ଷର କଠିନ ପରିଶ୍ରମ ଓ ସଂଘର୍ଷ ତାଙ୍କୁ ଆଜି ଏହି ସଫଳତା ଓ ପରିଚୟ ଦେଇଛି ବୋଲି କହିଛନ୍ତି ଅମିତ । ତାଙ୍କ ପାଇଁ ସହଜ ନଥିଲା ଏହି ଲକ୍ଷ୍ୟ । ତଥାପି ଅସଫଳ ଓ ବାଧାବିଘ୍ନ ଆଗରେ ସେ ହାରିନଯାଇ ଦୃଢ଼ ଇଚ୍ଛାଶକ୍ତିକୁ ନେଇ ଆଗକୁ ବଢ଼ିଥିଲେ ଆଉ ନିଜର ଅଭ୍ୟାସ ଜାରି ରଖିଥିଲେ । ଆଉ ଶେଷରେ ତାଙ୍କୁ ଆଜି ସଫଳତା ମିଳିଛି ଓ ସେ ଖାଲି ଭାରତବର୍ଷରେ ନୁହେଁ ସାରା ବିଶ୍ବରେ ପରିଚିତ ହୋଇଛନ୍ତି । ତେବେ ତାଙ୍କରିଠାରୁ ଶୁଣନ୍ତୁ ଏହି ସଫଳତାର ସ୍ବାଦ କିପରି ଥିଲା ଆଉ ନିଜ ସଫଳତାକୁ ପାଥେୟ କରି ଆଗକୁ ଦେଶ ଓ ରାଜ୍ୟ ପାଇଁ କଣ ସ୍ବପ୍ନ ରଖିଛନ୍ତି ଅମିତ ।
ଇଟିଭି ଭାରତ, ଭୁବନେଶ୍ବର