Watch Video: ୫ ସେମିର ସେଙ୍ଗୋଲ ପ୍ରସ୍ତୁତ କଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

By

Published : May 28, 2023, 7:13 AM IST

thumbnail

ଭୁବନେଶ୍ବର: ନବନିର୍ମିତ ସଂସଦ ଭବନର ଆଜି ଲୋକାର୍ପଣ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂଆ ସଂସଦ ଉଦଘାଟନ କରିବେ । ନୂତନ ସଂସଦ ଭବନରେ ସେଙ୍ଗୋଲ ସ୍ଥାପନା ହେବ । ଏହି ଅବସରରେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ସବୁଠାରୁ ଛୋଟ ସେଙ୍ଗୋଲ ପ୍ରସ୍ତୁତ କରିଛନ୍ତି । ଇଅର ବଡ଼, ମାଟି ଏବଂ ମେଟାଲିକ ରଙ୍ଗରେ ପ୍ରସ୍ତୁତ ହୋଇଛି ସେଙ୍ଗୋଲ । ଏହାର ଲମ୍ବ ୫ ସେମି ଏବଂ ୨ ସେମି ପ୍ରସ୍ଥ । ଏହି ସେଙ୍ଗୋଲ ଭାରତୀୟ ଗଣତନ୍ତ୍ରକୁ ସମ୍ମାନ ଜଣାଇ ପ୍ରସ୍ତୁତ କରିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ପୂର୍ବରୁ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ପ୍ରିୟଙ୍କା ରାଜ୍ୟରେ ବେଶ୍ ପ୍ରଶଂସିତ ହୋଇଛନ୍ତି ।

ସେଙ୍ଗୋଲ ଭାରତୀୟ ରାଜନୀତି ଇତିହାସରେ ଏକ ବିଶେଷ ସ୍ଥାନ ଅଧିକାର କରେ । ପାଞ୍ଚ ଫୁଟ ଲମ୍ବ ଏବଂ ଦୁଇ ଇଞ୍ଚ ପ୍ରସ୍ଥର ସୁନା ଲେପ ଦିଆ ରାଜଦଣ୍ଡ ପ୍ରଥମେ ୧୯୪୭ ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ତାମିଲନାଡୁ ତାଂଜାଭୁରର ଦୁଇଜଣ ସନ୍ୟାସୀ ପ୍ରଦାନ କରିଥିଲେ । ରାଜଦଣ୍ଡକୁ ତାମିଲରେ ସେଙ୍ଗୋଲ କୁହାଯାଏ । ଯାହାକି ଚୋଳ ସାମ୍ରାଜ୍ୟରୁ ଆରମ୍ଭ ହୋଇଥିଲା । ସେଙ୍ଗୋଲକୁ ଶକ୍ତିର ପ୍ରତୀକ ବୋଲି କୁହାଯାଏ । ୧୯୪୭ ମସିହାରେ ନୂଆ ପାର୍ଲିଆମେଣ୍ଟରେ ପ୍ରଥମେ ସେଙ୍ଗୋଲ ସ୍ଥାପନା କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.