thumbnail

By ETV Bharat Odisha Team

Published : Jan 13, 2024, 8:07 PM IST

ETV Bharat / Videos

ଭୁବନରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ସମଗ୍ର ଅଞ୍ଚଳ

Arpana Ratha in Bhubana: ଢେଙ୍କାନାଳ: ଭୁବନରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ । ଭୁବନ ବ୍ଲକ ଓ ଏନଏସିର ବିଭିର୍ଣ୍ଣ ଓ୍ବାର୍ଡରେ ପରିକ୍ରମା କରି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଛି । ପରିକ୍ରମା ରଥ ପହଞ୍ଚିବା କ୍ଷଣି ହରିବୋଲ, ହୁଳହୁଳି, ସଂକୀର୍ତ୍ତନ, ଜୟ ଜଗନ୍ନାଥ ଓ ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ପରିବେଶ । ଚାରିଆଡେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଯାଇଥିଲା l ରଥ ସାହିରୁ ସାହିକୁ ବୁଲି ଶ୍ରଦ୍ଧାଳୁଙ୍କ ଠାରୁ ଗୁଆ, ଅରୁଆ ଚାଉଳ ସଂଗ୍ରହ କରୁଛି l ପ୍ରତି ଘରୁ ମାଆମାନେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରିଥିଲେ । ମହିଳାମାନେ ଝୋଟି ଚିତା ପକାଇ ରଥକୁ ବନ୍ଦାପନା କରି ସ୍ୱାଗତ କରିଥିଲେ l ସମସ୍ତଙ୍କ ମନରେ ଏକ ପ୍ରକାର ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ଗୁଆ ଓ ଚାଉଳ ଅର୍ପଣ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିଜକୁ ଅଂଶୀଦାର ଭାବି ନିଜକୁ ଭାଗ୍ୟବାନ ମନେକରୁଛନ୍ତି ଲୋକେ l  

ଏହା ମଧ୍ୟ ପଢ଼ନ୍ତୁ... ଜଲ୍ଲାରପୁରରେ ଅର୍ପଣ ରଥକୁ ବିରୋଧ, ସରପଞ୍ଚଙ୍କୁ ଉପେକ୍ଷା ଅଭିଯୋଗ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସମସ୍ତଙ୍କୁ ସାମିଲ କରିବା ଉଦେଶ୍ୟରେ ଗାଁ ଗାଁରେ ବୁଲୁଛି ଅର୍ପଣ ରଥ । ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଛି  l ତେଣୁ ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥ ଅର୍ପଣ ରଥ ଗାଁରୁ ସହର ଯାଏଁ ବୁଲିବା ଆରମ୍ଭ କରିଛି । ଏହି ଅର୍ପଣ ରଥ ଦ୍ବାରା ରାଜ୍ୟରେ ପ୍ରତ୍ବେକ ଗାଁରୁ ଚାଉଳ ଓ ଗୁଆ ସଂଗୃହିତ ହେଉଛି ।  

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.