ବିଧାୟକ ଓ ବ୍ଲକ ଅଧ୍ୟକ୍ଷାଙ୍କ ମଧ୍ୟରେ କଥା କଟାକଟି, ଭିଡିଓ ଭାଇରାଲ - ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟି
🎬 Watch Now: Feature Video
ନିଆଳି: ପଞ୍ଚାୟତ ସମିତି ବୈଠକରେ ବିଧାୟକ ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ମଧ୍ୟରେ କଥା କଟାକଟି ଘଟଣା ଭିଡିଓ ଭାଇରାଲ ହେବାରେ ଲାଗିଛି। କଟକ ଜିଲ୍ଲା ନିଆଳୀ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା କଟକ ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ପ୍ରମୋଦ ମଲ୍ଲିକଙ୍କ ବ୍ୟବହାରକୁ ନେଇ କଥା କଟାକଟି ହୋଇଥିଲେ କଣ୍ଟାପଡା ବ୍ଲକର ଅଧକ୍ଷା ସୁଶ୍ରୀ ଜୀନା ଭୋଇ । ସମିତିର ତୃତୀୟ ବୈଠକ ଚାଲିଥିବା ବେଳେ କଥା କଟାକଟି ହୋଇଥିଲା l ଶେଷରେ ବିଧାୟକ ସଭା ଛାଡି ଅଧାରୁ ଉଠି ଚାଲି ଯାଇଥିଲେ । କଣ୍ଟାପଡ଼ା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିଥିବା ବେଳେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Last Updated : Feb 3, 2023, 8:27 PM IST