ଐତିହାସିକ ବାଲିଯାତ୍ରା : ଓଡ଼ିଆ ସଂସ୍କୃତି ଓ ପରମ୍ପରାରର ପ୍ରଚାର ପାଇଁ ସଚେତନତା ଯାତ୍ରା - ଭୁବନେଶ୍ବରରେ ଐତିହାସିକ ବାଲିଯାତ୍ରା ସଚେତନତା

🎬 Watch Now: Feature Video

thumbnail

By

Published : Nov 9, 2022, 9:12 PM IST

Updated : Feb 3, 2023, 8:31 PM IST

ଭୁବନେଶ୍ବର : ଐତିହାସିକ ବାଲିଯାତ୍ରା । ଓଡ଼ିଆ ସଂସ୍କୃତି ଓ ପରମ୍ପରାରର ପ୍ରଚାର ପାଇଁ ଆରମ୍ଭ ହୋଇଛି ସଚେତନତା ଯାତ୍ରା । କଟକ ଉନ୍ନୟନ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ସଚେତନତା ଯାତ୍ରା କରାଯାଉଛି । ରାଜ୍ୟର କୋଣ ଅନୁକୋଣରେ ଏହି ସଚେତନତା କରାଯାଉଛି । ଆଜି ରାଜଧାନୀର ରାସ୍ତାରେ ଦେଖିବାକୁ ମିଳିଥିଲା ଏହି ସଚେତନତାର ବିଶାଳ ପଟୁଆର । ଏହି ଅଭିଯାନରେ ପାରମ୍ପାରିକ ବେଶଭୂଷା ସହ ବେଶ ସୁନ୍ଦର ଭାବେ ସଜେଇ ହୋଇ କଳାକାର ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଝାଞ୍ଜ, ମୃଦଙ୍ଗ ଓ ଶଙ୍ଖ ଧ୍ୱନିରେ କମ୍ପଥିଲା ରାଜଧାନୀ ରାସ୍ତା । ଖାଲି ସେତିକି ନୁହେଁ ଗାଡ଼ିରେ ସୁସଜିତ ବୋଇତରେ ବସିଥିଲେ ସାଧବ ପୁଅ । ଏହି ଯାତ୍ରା ୫ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ଆହୁରି ୩ ଦିନ ଚାଲିବ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.