WATCH VIDEO: ଅନନ୍ତ ରାଧିକାଙ୍କ ନିର୍ବନ୍ଧରେ ଅମ୍ବାନୀ ପରିବାରର ଧମକାଦାର ଡ୍ୟାନ୍ସ

By

Published : Jan 20, 2023, 4:11 PM IST

Updated : Feb 3, 2023, 8:39 PM IST

thumbnail

ମୁମ୍ବାଇ: ରିଲାଏନ୍ସର ଚେୟାରମ୍ୟାନ ତଥା ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଗୁରୁବାର ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ 'ଆଣ୍ଟିଲା'ରେ ଧୁମଧାମରେ ଅନନ୍ତ ଓ ଭାବି ପତ୍ନୀ ରାଧିକ ମର୍ଚ୍ଚାଣ୍ଟଙ୍କ ସହିତ ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଭବ୍ୟ ସମାରୋହରେ ଅମ୍ବାନୀ ପରିବାରର ଧମାକାଦାର ନୃତ୍ୟ ଦେଖିବାକୁ ମିଳିଥିଲା । ନାଚି ଗାଇ ନୂଆ ବୋହୂ ରାଧିକାଙ୍କୁ ନିଜ ପରିବାରକୁ ସ୍ବାଗତ କରିଛନ୍ତି ଅମ୍ବାନୀ ପରିବାର । ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ସମେତ ପୁଇ ବୋହୂ ଓ ଜ୍ବାଇଁ ଝିଅ ସମସ୍ତେ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା ।  

ଅମ୍ବାନୀ ପରିବାର ବଲିଉଡ଼ର ଲୋକପ୍ରିୟ ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ପରିବାରର ସମସ୍ତ ସଦସ୍ୟ ଷ୍ଟେଜ ଉପରେ ଗୀତ ଗାଇ ରାଧିକାଙ୍କୁ ପରିବାରକୁ ସ୍ବାଗତ କରିଥିଲେ । ଅନନ୍ତ ଓ ରାଧିକାଙ୍କ ପରିବାର ଉପସ୍ଥିତିରେ ଏହି ରିଙ୍ଗ୍‌ ସେରିମନି ବା ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଭୟ ପରିବାର ପକ୍ଷରୁ ବନ୍ଧୁବାନ୍ଧବଙ୍କ ସମେତ ଅନେକ ବଲିଉଡ଼ ସେଲବ୍ରିଟି ମଧ୍ୟ ନଜର ଆସିଛନ୍ତି । ମିସ ଇଣ୍ଡିଆ ତଥା ବଲିଉଡର ନୀଳ ନୟନା ଐଶ୍ବର୍ଯ୍ୟା ରାୟ ଝିଏ ଆରାଧ୍ୟ ସହିତ ଏହି ଫ୍ୟାମିଲି ଫଙ୍କସନରେ ପହଞ୍ଚିଥିଲେ । ସେପଟେ କିଙ୍ଗ ଖାନଙ୍କ ପତ୍ନୀ ଗୌରୀ ଖାନ ଓ ପୁଅ ଆର୍ଯ୍ୟନ ମଧ୍ୟ ସାମିଲ ହୋଇଥିଲେ ।  

ଏହା ବି ପଢନ୍ତୁ- Anant Radhika Engagement: ସରିଲା ଅନନ୍ତ ଅମ୍ବାନୀ ଓ ରାଧିକାଙ୍କ ନିର୍ବନ୍ଧ

ଗୁଜୁରାଟୀ ପରମ୍ପରା ଅନୁସାରେ ଏହି ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଭୟ ପରିବାର ମଧ୍ୟରେ ମିଠା, ଉପହାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଦିଆନିଆ ହୋଇଥିଲା । ନିତା ଅମ୍ବାନୀଙ୍କ ନେତୃତ୍ବରେ ଅମ୍ବାନି ପରିବାର ଯେତେବେଳେ ଷ୍ଟେଜ ଉପରେ ଯାଇ ନୃତ୍ୟ ପରିବେଷଣ କରିଥିଲେ ସେତେବେଳେ ଉପସ୍ଥିତ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଏକ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ନିର୍ବନ୍ଧ ଉତ୍ସବ ଗୁରୁବାର ସନ୍ଧ୍ୟା ସମୟରେ ଆୟୋଜିତ ହୋଇଥିଲା । ଅନନ୍ତଙ୍କ ଭଉଣୀ ଈଶା ମଧ୍ୟ ସ୍ବାମୀଙ୍କ ସହିତ ଏଠାରେ ଉପସ୍ଥିତ ହୋଇଥିଲେ ।  

ତେବେ ନିର୍ବନ୍ଧ ଉତ୍ସବ ପୂର୍ବରୁ ଅନନ୍ତ ଓ ରାଧିକାଙ୍କ ସହିତ ପୁରା ପରିବାର ଭଗବାନ କ୍ରୀଷ୍ଣାଙ୍କ ଆଶିଷ ଭିକ୍ଷା ଲାଗି ମନ୍ଦିରରେ ପହଞ୍ଚିଥିଲେ । ଏହାପରେ ସେଠାରେ ଗଜାନନଙ୍କୁ ପୂଜାର୍ଚ୍ଚନା କରିଥିଲେ । ପାରମ୍ପରିକ ମନ୍ତ୍ରପାଠ ହୋଇ ଏହି ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଅନନ୍ତଙ୍କ ଭଉଣୀ ଈଶା ରିଙ୍ଗ୍‌ ସେରିମନି ଲାଗି ଘୋଷଣା କରିଥିଲେ । ଏହାପରେ ପରସ୍ପରକୁ ମୁଦି ପିନ୍ଧାଇଥିଲେ ଅନନ୍ତ ଓ ରାଧିକା । ନିର୍ବନ୍ଧ ଶେଷ ହେବା ପରେ ଉଭୟ ଉପସ୍ଥିତ ଗୁରୁଜନଙ୍କ ନିକଟରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ଅନନ୍ତ ଆମେରିକା ବ୍ରାଉନ ୟୁନିଭର୍ସିଟିରୁ ନିଜ ପାଠ୍ୟକ୍ରମ ଶେଷ କରିଥିବା ବେଳେ ଏବେ ରିଲାଏନ୍ସରେ କାର୍ଯ୍ୟ କରୁଛନ୍ତି ।  

ଅନ୍ୟପଟେ ରାଧିକା ଶିଳ୍ପପତି ଭିରେନ ମର୍ଚ୍ଚାଣ୍ଟଙ୍କ ଝିଅ । ରାଧିକ ନ୍ୟୁୟର୍କ ୟୁନିଭର୍ସିଟିରେ ପାଠପଢି ସେଠାରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏହାପରେ ସେ ଏବେ ଏନକୋର ହେଲ୍‌ଥକେୟାରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଗତ ୨୦୧୯ରୁ ଉଭୟଙ୍କ ବିବାହ ସମ୍ପର୍କରେ ଘୋଷଣା କରାଯାଇଥିଲା । ଗତବର୍ଷ ରାଧିକାଙ୍କ ପାରମ୍ପରିକ ନୃତ୍ୟ ପରିବେଷଣ ଲାଗି ଅମ୍ବାନୀ ପରିବାର ପକ୍ଷରୁ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ବହୁ କଳାକାରଙ୍କ ସମେତ ଶିଳ୍ପପତି ଓ ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.