thumbnail

By

Published : Jun 21, 2023, 9:08 PM IST

ETV Bharat / Videos

ପୁଣି କଙ୍ଗାରୁ କୋର୍ଟ, ନାବାଳିକା ଅପହରଣ ଅଭିଯୋଗରେ ଅପହରଣକାରୀଙ୍କୁ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି କଙ୍ଗାରୁ କୋର୍ଟ । ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଜଣେ ପୁରୁଷ ଏବଂ ମହିଳାଙ୍କୁ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଟପଳସା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, କରଞ୍ଜିଆ ଥାନା ଅନ୍ତର୍ଗତ ବାଟପଳସା ଗ୍ରାମର ଅନାମ ଦେହୁରୀଙ୍କ ୧୩ ବର୍ଷର ନାବାଳିକା ଝିଅକୁ ଗତ ମଙ୍ଗଳବାର ଅପହରଣ କରାଯାଇଥିବା ଘଟଣାରେ ଗ୍ରାମବାସୀମାନେ ଦୁଇ ଜଣ ପୁରୁଷ ଓ ମହିଳାଙ୍କୁ ବାନ୍ଧି ଦେଇଥିଲେ । ସେମାନଙ୍କୁ ଏକ ପାଣିଟାଙ୍କି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ତେବେ ନାବାଳିକା ଝିଅକୁ ସେମାନେ ରଥଯାତ୍ରା ଦେଖାଇବା ପାଇଁ ନେଇ ଆଉ ଗାଁକୁ ଫେରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେମାନଙ୍କୁ ଧରିବା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବାନ୍ଧି ମାଡ଼ ମାରିଥିଲେ । ସେପଟେ ଏ ସମ୍ପର୍କରେ ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି । ପରେ ଉଭୟଙ୍କୁ କରଞ୍ଜିଆ ଥାନାକୁ ଆଣି ପଚରାଉଚରା ଜାରି ରଖିଛି କରଞ୍ଜିଆ ଥାନା ପୋଲିସ ।

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.