କରୁଣାମୟୀ ଘଟଗାଁ ରାଣୀ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - ମାଆ ତାରିଣୀଙ୍କ ଦିବ୍ୟ ଆଳତୀ
🎬 Watch Now: Feature Video


Published : Jan 11, 2024, 6:36 AM IST
Maa Tarini Alati: କେନ୍ଦୁଝର: କରୁଣାମୟୀ ମାଆ ତାରିଣୀ । ଭକ୍ତର ମାଆ ତାରିଣୀ ମାଆ। ପ୍ରତିଦିନ ଭୋରୁ ଘଟଗାଁ ପୀଠରେ ମାଆଙ୍କର ମଙ୍ଗଳ ଆଳତୀ ହୋଇଥାଏ । ସବୁଦିନ ପରି ଆଜି ମଧ୍ୟ ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । ମାଆଙ୍କ ଆଳତୀ ଦର୍ଶନ କଲେ ଦିନଟି ଶୁଭମୟ ହେବା ସହ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଆଧ୍ୟାତ୍ମିକ ପରିବେଶରେ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଭକ୍ତଙ୍କ ଗହଳିରେ ଫାଟି ପଡୁଛି ଘଟଗାଁ ତାରିଣୀଙ୍କ ପୀଠ । କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ତାରିଣୀ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ । ମାଆଙ୍କ ପାଖରେ ମାନସିକ କଲେ ନିଶ୍ଚୟ ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ମାଆଙ୍କ ଦୁଇଟି ପର୍ବ ଚଇତି ଓ ଆଷାଢି ପ୍ରତିବର୍ଷ ପାଳନ ହୋଇଥାଏ । ଏହି ଦିନ ଘଟଗାଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ ।
ଇଟିଭି ଭାରତ, କେନ୍ଦୁଝର