ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ, ଶୁଭମୟ ହେବ ଦିନ - ମାଆ ତାରିଣୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 10, 2024, 6:43 AM IST

Maa Tarini Alati: କେନ୍ଦୁଝର: ଘଟଗାଁ ବାସିନୀ ଜୟ ମାଆ ତାରିଣୀ । କରୁଣାମୟୀ ମମତାମୟୀ ମାଆ । ସକଳ ପ୍ରାଣୀର ଦୁଃଖ ହାରିଣୀ । କେନ୍ଦୁଝର ଜିଲ୍ଲା ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ତାରିଣୀ । ମାଆଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସିଥାଏ ଘଟଗାଁ ପୀଠକୁ । ସକାଳୁ ସକାଳୁ ତାରିଣୀଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ସବୁଦିନ ଭଳି ଆଜି ପ୍ରଭାତରୁ ପୂଜାପଣ୍ଡାମାନେ ମାଆଙ୍କ ଆଳତୀ କରିଛନ୍ତି । ନାଲି ସିନ୍ଦୁର ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟ ଘଣ୍ଟା, ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ମାଆଙ୍କ ଆଳତୀ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଭକ୍ତ । ମାଆଙ୍କ ପ୍ରିୟ ନଡ଼ିଆ ବୋଲି ତାଙ୍କୁ ନଡ଼ିଆ ରାଣୀ ବୋଲି କୁହାଯାଏ । ଘଟଗାଁ ପୀଠର ଓଡ଼ିଶାର ଏକ ପ୍ରମୁଖ ତୀର୍ଥସ୍ଥାନ । ମାଆ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ପୀଠକୁ ଦୂରଦୂରାନ୍ତରରୁ ଭକ୍ତଙ୍କ ସୁଅ ଛୁଟିଥାଏ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.