ଦର୍ଶନ କରନ୍ତୁ ଘଟଗାଁ ରାଣୀ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - ଘଟଗାଁ ତାରିଣୀ ମନ୍ଦିର
🎬 Watch Now: Feature Video


Published : Jan 6, 2024, 7:08 AM IST
Maa Tarini Alati: କେନ୍ଦୁଝର: ଘଟଗାଁ ବାସିନୀ ମାଆ ତାରିଣୀ । ଭକ୍ତର ମାଆ ତାରିଣୀ ମଆ । ତାଙ୍କୁ ଟିକିଏ ଦର୍ଶନ କରିବା ପାଇଁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସିଥାଏ ଘଟଗାଁ ପୀଠକୁ । ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ଦୁଃଖ ଦୂର ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ମାଆଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଆଜି ମଧ୍ୟ ସକାଳୁ ସକାଳୁ ସେବାୟତମାନେ ମାଆ ତାରିଣୀଙ୍କ ଆଳତୀ କରିଛନ୍ତି । ଘଣ୍ଟଘଣ୍ଟା, ଶଙ୍ଖ ନାଦ, ହୁଳହୁଳିରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ମାଆଙ୍କ ଆଳତୀ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଭକ୍ତ । କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ତାରିଣୀ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ତୀର୍ଥସ୍ଥାନ । ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ । ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶକ୍ରମେ ମାଆ ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁରେ ଶକ୍ତିପୀଠ ଭାବେ ସ୍ଥାପନ କରାଯାଇଥିଲା ।
ଇଟିଭି ଭାରତ, କେନ୍ଦୁଝର