ମାଆ ତାରିଣୀଙ୍କ ଦିବ୍ୟ ଆଳତୀ, ଦର୍ଶନ କରନ୍ତୁ ଶୁଭମୟ ହେବ ଦିନ - ମାଆ ତାରିଣୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/05-01-2024/640-480-20432875-thumbnail-16x9-tarini.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 5, 2024, 6:49 AM IST
Maa Tarini Alati: କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । କୁରଣାମୟୀ ସେ ଦୁଃଖ ହାରିଣୀ । ଭକ୍ତର ମାଆ ତାରିଣୀ ମାଆ । କେନ୍ଦୁଝର ଜିଲ୍ଲା ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ । ତାଙ୍କୁ ଦର୍ଶନ କଲେ ଦୂର ହୁଏ ଭକ୍ତର ଦୁଃଖ । ମାଆଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସିଥାଏ ଘଟଗାଁ ପୀଠକୁ । ପ୍ରତିଦିନ ପ୍ରଭାତରୁ ମାଆ ତାରିଣୀଙ୍କ ଆଳତୀ କରାଯାଏ । ଏହି ଦିବ୍ୟ ଆଳତୀ ଦର୍ଶନ କଲେ ସବୁ ଦୁଃଖ ଦୂର ହୋଇ ଅପାର କରୁଣା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ଭଳି ଆଜି ଭୋରରୁ ପୂଜାପଣ୍ଡା ମାଆଙ୍କ ଆଳତୀ ସମ୍ପନ୍ନ କରିଛନ୍ତି । ଘଣ୍ଟଘଣ୍ଟା, ଶଙ୍ଖ, ବାଜା ଓ ମନ୍ତ୍ରୋପଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ମାଆଙ୍କ ଆଳତୀ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଭକ୍ତ । ମାଆଙ୍କ ପ୍ରିୟ ନଡ଼ିଆ, ତେଣୁ ସେ ନଡ଼ିଆ ରାଣୀ ଭାବେ ସର୍ବବିଦିତ । ମାଆଙ୍କୁ ନଡିଆଟିଏ ଯାଚି ଦେଲେ ସେ ଭକ୍ତର ମନୋବାଞ୍ଛା ପୂରଣ କରନ୍ତି ।