ଶୁଭମୟ ହେବ ଦିନ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ - ghatagaon temple
🎬 Watch Now: Feature Video


Published : Dec 26, 2023, 7:08 AM IST
Alati Of Maa Tarini:
କେନ୍ଦୁଝର: ଘଟଗାଁ ରାଣୀ ସେ ମାଆ ତାରିଣୀ । ମାଆ ତାରିଣୀଙ୍କୁ ଟିକେ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତ ଧାଇଁ ଆସିଥାଏ ଘଟଗାଁକୁ ।ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ସକାଳେ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ ହୋଇଥାଏ । ଯାହାକୁ ଦେଖିବାକୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥାଏ ମନ୍ଦିରକୁ । ଆଜି ଭୋରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ନାଲି ମନ୍ଦାର ମାଳରେ ଝଟକୁଛନ୍ତି ଘଟଗାଁ ରାଣୀ । ମାଆଙ୍କ ଆଳତୀକୁ ଚର୍ମ ଚକ୍ଷୁରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ପ୍ରତିଦିନ ପ୍ରଭାତରୁ ମାଆଙ୍କ ଏହି ଦିବ୍ୟ ଆଳତୀ କରାଯାଏ ।
ଇଟିଭି ଭାରତ, କେନ୍ଦୁଝର