ମମତାମୟୀ ମାଆ ତାରିଣୀ, ଦର୍ଶନ କରନ୍ତୁ ଘଟଗାଁ ରାଣୀଙ୍କ ଦିବ୍ୟ ଆଳତୀ - ମାଆ ତାରିଣୀ ଆଳତୀ
🎬 Watch Now: Feature Video
Published : Dec 17, 2023, 7:09 AM IST
କେନ୍ଦୁଝର: ଭକ୍ତର ମାଆ ତାରିଣୀ ମାଆ । କରୁଣାମୟୀ ସେ ମାଆ ତାରିଣୀ । ସକଳ ପ୍ରାଣୀର ଦୁଃଖ ହାରିଣୀ । କେନ୍ଦୁଝର ଜିଲ୍ଲା ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ । ଲୀଳାମୟୀ ମାଆଙ୍କ ଲୀଳା ବଡ଼ ବିଚିତ୍ର । ତାଙ୍କର କୃପା ଲାଭ ପାଇଁ କାହିଁ କେତେ ଦୂରରୁ ଘଟଗାଁ ପୀଠକୁ ଧାଇଁ ଆସିଥାନ୍ତି ଭକ୍ତ । ନଡିଆଟିଏ ଯାଚି ଦେଇ ପରିବାରର ମଙ୍ଗଳ ମନାସୀ ଥାଆନ୍ତି । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆଙ୍କ ଦିବ୍ୟ ଆଳତୀ କରାଯାଏ । ସବୁଦିନ ଭଳି ଆଜି ମଧ୍ୟ ପ୍ରଭାତରୁ ସେବାୟତମାନେ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠୁଛି ମନ୍ଦିର ପରିସର । ନାଲି ମନ୍ଦାର ମାଳାରେ ଝଟକୁଛନ୍ତି ମାଆ । ମାଆଙ୍କ ଆଳତୀ ଦର୍ଶନ କଲେ ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ପ୍ରତ୍ୟୁଷରୁ ମାଆଙ୍କ ଆଳତୀ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ସକାଳୁ ସକାଳୁ ଘଟଗାଁ ପୀଠରେ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ ।