କରୁଣାମୟୀ ଘଟଗାଁ ରାଣୀ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - କରୁଣାମୟୀ ଘଟଗାଁ ରାଣୀ
🎬 Watch Now: Feature Video


Published : Aug 26, 2023, 6:34 AM IST
କେନ୍ଦୁଝର: ଜୟ ମାଆ ତାରିଣୀ ଘଟଗାଁ ବାସିନୀ । କରୁଣାମୟୀ ମାଆ ତାରିଣୀ । ଲୀଳାମୟୀ ମାଆ ତାରିଣୀଙ୍କ ଲୀଳା ବିଚିତ୍ର । ମାଆ ତାରିଣୀଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଛୁଟି ଆସିଥାନ୍ତି ଭକ୍ତ । ମାଆଙ୍କ ଆଳତୀ ଦର୍ଶନ କଲେ ଦୂର ହୁଏ ଭକ୍ତର ଦୁଃଖ । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । ପ୍ରତିଦିନ ପ୍ରଭାତରୁ କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ ଘଟଗାଁ ପୀଠରେ ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରନ୍ତି । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠୁଛି ମନ୍ଦିର । ଯାହା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । କେନ୍ଦୁଝର ଜିଲ୍ଲା ଘଟଗାଁ ରାଣୀ ମାଆ ତାରିଣୀ । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ ।
ଇଟିଭି ଭାରତ, କେନ୍ଦୁଝର