thumbnail

Alati of maa tarini: ଦର୍ଶନ କରନ୍ତୁ ଘଟଗାଁ ରାଣୀଙ୍କ ଦିବ୍ୟ ଆଳତୀ

By ETV Bharat Odisha Team

Published : Aug 24, 2023, 6:56 AM IST

Updated : Aug 24, 2023, 8:49 AM IST

କେନ୍ଦୁଝର: ଘଟଗାଁ ବାସିନୀ ଜୟ ମାଆ ତାରିଣୀ । ଭକ୍ତର ମାଆ ସେ ଘଟଗାଁ ରାଣୀ । ତାଙ୍କ ମହିମା ଅପାର । ସନ୍ତାନ ଡାକିଲେ ଯେପରି ମାଆ ଓଃ କରେ ସେମିତି ଭକ୍ତଟିଏ ଡାକିଲେ ମାଆ ତାରିଣୀ ମଧ୍ୟ ଓଃ କରନ୍ତି । ମାଆ ତାରିଣୀଙ୍କୁ ଟିକେ ଦର୍ଶନ ପାଇଁ କାହିଁ କେତେ ବାଟରୁ ଭକ୍ତଟି ଧାଇଁ ଆସିଥାଏ ଘଟଗାଁକୁ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆ ତାରିଣୀଙ୍କ ଆଳତୀ କରାଯାଏ । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ନାଲି ମନ୍ଦାର ମାଳରେ ଝଟକୁଛନ୍ତି ଘଟଗାଁ ରାଣୀ । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଦର୍ଶନ କରନ୍ତୁ ନଡିଆ ରାଣୀଙ୍କ ମଙ୍ଗଳ ଆଳତୀ ।  

ଇଟିଭି ଭାରତ, କେନ୍ଦୁଝର

Last Updated : Aug 24, 2023, 8:49 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.