Maa Tarini Alati: ଦର୍ଶନ କରନ୍ତୁ ଘଟଗାଁ ରାଣୀଙ୍କ ଦିବ୍ୟ ଆଳତୀ - ଦର୍ଶନ କରନ୍ତୁ ଘଟଗାଁ ରାଣୀଙ୍କ ଦିବ୍ୟ ଆଳତୀ
🎬 Watch Now: Feature Video
କେନ୍ଦୁଝର: ଘଟଗାଁ ରାଣି ମାଆ ତାରିଣୀ । ମାଆ ତାରିଣୀ ଦୁଃଖ ହାରିଣୀ । ମାଆଙ୍କ ମହିମା ଅପାର । ତାଙ୍କ ଶରଣ ପଶିଲେ ସବୁ ଦୁଃଖ ଦୂର ହୁଏ ବୋଲି ଭକ୍ତଙ୍କ ବିଶ୍ବାସ । ପ୍ରତିଦିନ ପ୍ରଭାବତରୁ ମାଆଙ୍କ ଆଳତୀ ଦର୍ଶନ କଲେ ଶୁଭମୟ ହୁଏ ଦିନ । ଏଣୁ ସକାଳୁ ସକାଳୁ ମାଁଙ୍କ ଦିବ୍ୟ ଆଳତୀ ଦର୍ଶନ କରିବାକୁ ଘଟଗାଁ ପୀଠରେ ଭକ୍ତଙ୍କ ଭିଡ ଜମିଥାଏ । କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ ଘଟଗାଁ ପୀଠରେ ପ୍ରତିଦିନ ପ୍ରଭାତରୁ ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ,ହୁଳହୁଳି, ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠୁଛି ପୁରା ପରିବେଶ । ଯାହା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ସକାଳୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ । ମାଆଙ୍କ ଦୁଇଟି ପର୍ବ ଚଇତି ଓ ଆଷାଢି ପ୍ରତିବର୍ଷ ପାଳନ ହୁଏ ।
ଇଟିଭି ଭାରତ, କେନ୍ଦୁଝର