କରୁଣାମୟୀ ଘଟଗାଁ ରାଣୀ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - ତାରିଣୀଙ୍କ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/20-07-2023/640-480-19045005-thumbnail-16x9-kkf.jpg)
କେନ୍ଦୁଝର: ଜୟ ମାଆ ତାରିଣୀ । ସିନ୍ଦୁର ମୁହିଁ ସେ ମାଆ ତାରିଣୀ । ମାଆ ତାରିଣୀଙ୍କ ମହିମା ଅପାର । ଭକ୍ତର ମାଆ ସେ । ଯେମିତି ସନ୍ତାନ ଡାକିଲେ ମାଆ ଓଃ କରେ ସେମିତି ଭକ୍ତଟି ଭକ୍ତିରେ ମାଆ ତାରିଣୀଙ୍କୁ ଡାକିଲେ ସେ ମଧ୍ୟ ଓଃ କରେ । ମାଆ ତାରିଣୀଙ୍କୁ ଟିକେ ଦର୍ଶନ ପାଇଁ କାହିଁ କେତେ ବାଟରୁ ଭକ୍ତଟି ଧାଇଁ ଆସିଥାଏ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ । ମାଆଙ୍କ ଅଶେଷ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆଙ୍କର ଦିବ୍ୟ ଆଳତୀ କରାଯାଏ । ନାଲି ମନ୍ଦାର ମାଳରେ ଝଟକୁଛନ୍ତି ଘଟଗାଁ ରାଣୀ । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ ।
ଇଟିଭି ଭାରତ, କେନ୍ଦୁଝର