ଶୁଭମୟ ହେବ ଦିନ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ - ତାରିଣୀଙ୍କ ଆଳତୀ
🎬 Watch Now: Feature Video
କେନ୍ଦୁଝର: ଘଟଗାଁ ରାଣୀ.. ମାଆ ତାରିଣୀ.. ଦୁଃଖ ହାରିଣୀ । ଭକ୍ତର ମାଆ ତାରିଣୀ ମାଆ । ତାଙ୍କୁ ଦର୍ଶନ କଲେ ଦୂର ହୁଏ ଭକ୍ତର ଦୁଃଖ ଏଥି ପାଇଁ ତ ମାଆଙ୍କୁ ଦର୍ଶନ କରିବାକୁ କାହିଁ କେତେ ଦୂରରୁ ଭକ୍ତଟିଏ ଘଟଗାଁ ପୀଠକୁ ଧାଇଁ ଆସିଥାଏ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ଦୁଃଖ ଦୂର ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ମାଆ ତାରିଣୀଙ୍କ ଆଳତୀ ହୋଇଥାଏ । ଆଜି ମଧ୍ୟ ସକାଳୁ ସକାଳୁ ସେବାୟତମାନେ ମାଆଙ୍କ ମଙ୍ଗଳ ଆଳତୀ କରିଛନ୍ତି । ନାଲି ମନ୍ଦାରରେ ସଜେଇ ହୋଇଛନ୍ତି ମାଆ । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଘଟଗାଁ ତାରିଣୀଙ୍କ ମନ୍ଦିର ପରିସର । ମାଆଙ୍କ ଆଳତୀ ଦର୍ଶନ କରି କୃତ୍ୟକୃତ୍ୟ ହୋଇଛନ୍ତି ପ୍ରତିଟି ଭକ୍ତ । ମାଆଙ୍କ ପ୍ରିୟ ନଡିଆ ହୋଇଥିବାରୁ ତାଙ୍କୁ ନଡିଆରାଣୀ ବୋଲି ମଧ୍ୟ କୁହାଯାଏ । ମାଆଙ୍କୁ ନଡିଆଟିଏ ଯାଚି ଦେଲେ ସେ ଭକ୍ତର ମନବାଞ୍ଛା ପୂରଣ କରନ୍ତି । ପ୍ରଭାତରୁ ମାଆଙ୍କ ଆଳତୀ ଦର୍ଶନ କଲେ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି ।
ଇଟିଭି ଭାରତ, କେନ୍ଦୁଝର