ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ - ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
କେନ୍ଦୁଝର: ଘଟଗାଁ ରାଣୀ ସେ ମାଆ ତାରିଣୀ । ତାଙ୍କ ମହିମା ଅପାର । ଭକ୍ତର ମାଆ ତାରିଣୀ ମାଆ । ତାରଣୀଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତିଟି ଘଟଗାଁ ପୀଠକୁ ଧାଇଁ ଆସିଥାଏ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ଦୁଃଖ ଦୂର ହୁଏ ବୋଲି ବିଶ୍ବାସ ରହିଛି । ଏଥିସହ ମାଆଙ୍କ ଅଶେଷ କୃପା ମିଳିଥାଏ । ପ୍ରତିଦିନ ପ୍ରଭାତର ମନ୍ଦିରରେ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଆଜି ମଧ୍ୟ ସକାଳୁ ସକାଳୁ ସେବାୟତମାନେ ମାଆ ତାରଣୀଙ୍କ ଆଳତୀ କରିଛନ୍ତି । ନାଲି ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ମାଆଙ୍କ ଆଳତୀ ଦର୍ଶନ କରି କୃତ୍ୟକୃତ୍ୟ ହୋଇଛନ୍ତି ଭକ୍ତ । ମାଆଙ୍କ ପ୍ରିୟ ନଡିଆ ତେଣୁ ତାଙ୍କୁ ନଡିଆରାଣି କୁହାଯାଏ । ମନସ୍କାମନା କରି ମାଆଙ୍କୁ ନଡିଆଟିଏ ଯାଚି ହେଲେ ମନବାଞ୍ଛା ପୂରଣ ହୁଏ । ପ୍ରଭାତରୁ ମାଆଙ୍କ ଆଳତୀ ଦର୍ଶନ କଲେ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି ।
ଇଟିଭି ଭାରତ, କେନ୍ଦୁଝର