Delhi Air Pollution: ବିଷ ବଳୟରେ ରାଜଧାନୀ, ଦେଖନ୍ତୁ ଆକାଶ ମାର୍ଗରୁ ଦୃଶ୍ୟ - ଦିଲ୍ଲୀ ବାୟୁ ପ୍ରଦୂଷଣ
🎬 Watch Now: Feature Video
Published : Nov 6, 2023, 5:34 PM IST
ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣରେ ବେହାଲ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଏନସିଆର ସମେତ ଗୁରୁଗାଓଁ, ଗାଜିବାଦ ମଧ୍ୟ ବିଷ ବଳୟରେ ବିଷାକ୍ତ ହେଲାଣି । ସ୍ଥିତି ଏମିତି ଯେ ନିଶ୍ବାସ ମାରିବା ଏବେ ବିପଦ ହେଲାଣି । ପ୍ରଦୂଷଣ ବଢିବାରେ ଲାଗିଛି । ବାୟୁର ମାନ ଅତି ନିମ୍ନ ସ୍ତରକୁ ଖସିବାରେ ଲାଗିଛି । ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ 500 ରହିଛି । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆସନ୍ତା 10 ତାରିଖ ଯାଏଁ ଦିଲ୍ଲୀର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି । ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି । ଯେଉଁଥିରେ ରହିଛି ଯୁଗ୍ମ ଅଯୁଗ୍ମ ଫର୍ମୁଲା ସହିତ, ରାଜଧାନୀର ସମସ୍ତ ନିର୍ମାଣ କାମକୁ ବନ୍ଦ କରାଯାଇଛି । ଏହାସହ ଦିଲ୍ଲୀକୁ ଟ୍ରକ ପ୍ରବେଶ ନେଇ କଟକଣା ଜାରି କରାଯାଇଛି । ପ୍ରଦୂଷଣ ପାଇଁ ନିଶ୍ବାସ ପ୍ରଶ୍ବାସ ନେଇ ପାରୁ ନାହାନ୍ତି ରାଜଧାନୀବାସୀ । ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇଛି । ଦେଖନ୍ତୁ ପ୍ରଦୂଷଣ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରୁ ଆକାଶ ମାର୍ଗରୁ ନିଆଯାଇଥିବା କିଛି ଦୃଶ୍ୟ ।