ଧୂଆଁ ଧୂଆଁ ଷ୍ଟିଲ ସିଟି, ମାନିଲେନି କଟକଣା ବଢିଲା ବାୟୁ ପ୍ରଦୂଷଣ - ବାଣ ଫୁଟିବା ଯୋଗୁଁ ବାୟୁ ପ୍ରଦୂଷିତ ବଢିଛି

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 13, 2023, 3:53 PM IST

ରାଉରକେଲା: ରାଉରକେଲାରେ ବଢିଲା ବାୟୁ ପ୍ରଦୂଷଣ । ସୁପ୍ରିମକୋର୍ଟଙ୍କ ସବୁ କଟକଣାକୁ ଫୁ କଲେ ଇସ୍ପାତ ନଗରୀ ବାସିନ୍ଦା । ବାଣ ଫୁଟିବା ଯୋଗୁଁ ଧୂଆଁ ଧୂସର ହୋଇଛି ଇସ୍ପାତ ସହର । ସୂର୍ଯ୍ୟ କିରଣ ଦେଖିବାକୁ ମିଳୁନାହିଁ । ସମ୍ପୂର୍ଣ୍ଣ ଧୂଆଁର ଆସ୍ତରଣରେ ଭରି ରହିଛି ସହର । ଏୟାର କ୍ୱାଲିଟି ଇଣ୍ଡେକ୍ସ ବର୍ତ୍ତମାନ ଗମ୍ଭୀର ରହିଛି । ବାଣ ଫୁଟାଇବା ଉପରେ କଟକଣା ଲାଗିଥିବା ସତ୍ତ୍ବେ ରାଉରକେଲାରେ ଲୋକେ ଗ୍ରୀନ ବାଣ ଅପେକ୍ଷା ସାଧାରଣ ବାଣ ଫୁଟାଇଥିଲେ । ଫଳରେ ସହରରେ ବାୟୁ ଅଧିକ ପ୍ରଦୂଷିତ ହୋଇଥିବା ଦେଖିବାକୁ ମିଳିଛି । କୁହୁଡି ସହ ଧୂଆଁ ଯୋଗୁଁ ବାୟୁର ମାନ ଖରାପ ହୋଇପଡିଛି । 

ଆଜି ସକାଳୁ ସହରର ବିଭିନ୍ନ ସ୍ଥାନରେ ବାୟୁର ମାନ ଖରାପ ସ୍ଥିତିକୁ ଆସିଛି । ଇଣ୍ଡିଆ ଗେଟ୍ ଠାରେ ବାୟୁର ମାନ ସବୁଠାରୁ ଅଧିକା ଖରାପ ରହିଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସରେ ରେକର୍ଡରୁ ସୂଚନା ମିଳିଛି । ଆଜି ଦିନ ୧୨ଟା ସୁଦ୍ଧା ରାଉରକେଲାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ 211ରୁ 240 ମଧ୍ୟରେ ରହିଛି । ସହରର ସିଭିଲ ଟାଉନ ଶିପ ଏବଂ ବାସନ୍ତୀ କଲୋନୀ, ପାନପୋଷ, ଛେଣ୍ଡ, ଡେଲି ମାର୍କେଟ ସହ ସେକ୍ଟର ଅଞ୍ଚଳରେ ବାୟୁ ଗୁଣବତ୍ତା ବର୍ତ୍ତମାନ ନିମ୍ନ ମାନର ରହିଛି । ଘରୁ ବାହାରକୁ ବାହାରିଲେ ଆଖି ପୋଡିବା ଭଳି ଅନୁଭୂତି ହେଉଛି । 

ତେବେ ବିପୁଳ ପରିମାଣର ବାଣ ଫୁଟାଇବା ଯୋଗୁଁ ଧୂଆଁମୟ ହୋଇ ପଡିଛି ସହର । ଦିନ ବେଳେ ସନ୍ଧ୍ୟା ସମୟର ଭ୍ରମ ସୃଷ୍ଟି କରୁଛି ପ୍ରଦୂଷଣ । ସହର ସାରା କୁହୁଡି ଭଳି ପରିଲକ୍ଷିତ ହେଉଛି । କୁହୁଡି ପୁଣି ହଳଦିଆ ଧୂସର ରଙ୍ଗର । ଏଭଳି ସ୍ଥିତ ଦେଖି ରାଉରକେଲା ସହର ବାସୀ ଚିନ୍ତିତ ।

ଏହା ମଧ୍ୟ ପଢନ୍ତୁ.....Delhi pollution: ଦିଲ୍ଲୀକୁ ପ୍ରକୃତିରାଣୀର ଆର୍ଶୀବାଦ, ବର୍ଷା ପାଇଁ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.